ମହାଶିବରାତ୍ରୀରେ ଏଥର ଲାଗିବ ପଞ୍ଚକ : ଭୁଲରେ ମଧ୍ୟ ଏହି ୫ଟି କାର୍ଯ୍ୟ କରନ୍ତୁ ନାହିଁ

ପ୍ରତିବର୍ଷ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦର୍ଶୀ ତିଥିକୁ ମହାଶିବତ୍ରୀଙ୍କ ପର୍ବ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଏହା ମାର୍ଚ୍ଚ ୧୧ ତାରିଖ ଅର୍ଥାତ ଆଜି ଗୁରୁବାର ଦିନ ପଡ଼ିଛି । ସୂଚନାଥାଉ ଯେ ଏ ବର୍ଷ ମହାଶିବରାତ୍ରୀ ଅତି ବିଶେଷ ଶିବ ଯୋଗ, ସିଦ୍ଧ ଯୋଗ ଏବଂ ଧନିଷ୍ଠା ନକ୍ଷତ୍ରଙ୍କ ମଧ୍ୟରେ ପାଳନ କରାଯାଉଛି ଯାଏ ଅତ୍ୟନ୍ତ ଶୁଭ । କିନ୍ତୁ ଜ୍ୟୋତିଷମାନଙ୍କ କହିବା କଥା ଯେ ଏହି ମାର୍ଚ୍ଚ ୧୧ ତାରିଖରୁ ପଞ୍ଚକ ଲାଗିବାକୁ ଯାଉଛି । ପଞ୍ଚକ ସମୟରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ପ୍ରକାରର କାର୍ଯ୍ୟ ନିଷେଧ । ତେବେ ଜାଣନ୍ତୁ ପଞ୍ଚକ କ’ଣ, କେବେ ଲାଗେ ଏବଂ ଏହି ସମୟରେ କ’ଣ କରିବା ଉଚିତ ନୁହେଁ ।

ଏହି ପାଞ୍ଚଟି ନକ୍ଷତ୍ର ଧନିଷ୍ଠା, ଶତଭିଷା, ପୂର୍ବା ଭାଦ୍ରପଦ, ଉତ୍ତରା ଭାଦ୍ରପଦ ଏବଂ ରେବତୀ ଏହି ୫ଟି ନକ୍ଷତ୍ରଗୁଡ଼ିକର ସଂଯୋଗକୁ ପଞ୍ଚକ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପଞ୍ଚକ ନକ୍ଷତ୍ରଗୁଡ଼ିକର ମିଶ୍ରଣ ଦ୍ୱାରା ଗଠିତ ହୁଏ । ଯେତେବେଳେ ଚନ୍ଦ୍ରମା କୁମ୍ଭ ଏବଂ ମୀନ ରାଶି ମଧ୍ୟରେ ରୁହେ, ଏହାସହିତ ଉପରୋକ୍ତ ୫ଟି ନକ୍ଷତ୍ରଗୁଡ଼ିକର ସଂଯୋଗ ଦେଇ ଗତି କରେ ସେ ସମୟରେ ପଞ୍ଚକ ଅବଧି ସୃଷ୍ଟି ହୁଏ । ଅନେକ ସ୍ଥାନରେ ପଞ୍ଚକକୁ ଭଦୱା ମଧ୍ୟ କୁହାଯାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ, ପଞ୍ଚକ ଅବଧିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ, ତଥାପି କେତେକ ବିଶେଷ ପରିସ୍ଥିତିରେ ପଞ୍ଚକ ମଧ୍ୟ ଶୁଭ ହୋଇପାରେ ।

ପଞ୍ଚକ ୬ ପ୍ରକାରର । ରବିବାର ଦିନ ଲାଗୁଥିବା ପଞ୍ଚକକୁ ରୋଗ ପଞ୍ଚକ କୁହାଯାଏ, ସୋମବାର ଠାରୁ ଆରମ୍ଭ ହେଉଥିବା ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ ଏବଂ ଏହାକୁ ଶୁଭ ବୋଲି ବିବେଚନା କରାଯାଏ । ମଙ୍ଗଳବାର ପଞ୍ଚକକୁ ଅଗ୍ନି ପଞ୍ଚକ କୁହାଯାଏ ଯେଉଁଥିରେ କ୍ଷତି ହେବାର ସମ୍ଭାବନା ରହିଛି । ବୁଧବାର ଏବଂ ଗୁରୁବାର ପଞ୍ଚକକୁ ବାଲା ପଞ୍ଚକ କୁହାଯାଏ । ଶୁକ୍ରବାର ଦିନ ଲାଗିଥିବା ପଞ୍ଚକକୁ ଚୋର ପଞ୍ଚକ କୁହାଯାଏ ଏବଂ ଏହି ଦିନ ନେଣଦେଣ ଠାରୁ ଦୂରେଇ ରହିବା ଉଚିତ । ଶନିବାର ଦିନ ପଞ୍ଚକ ଅତ୍ୟନ୍ତ ଅଶୁଭ ଏବଂ ଏହାକୁ ମୃତ୍ୟୁ ପଞ୍ଚକ କୁହାଯାଏ ।

ତେବେ ଏହି ପଞ୍ଚକ ସମୟରେ ନିମ୍ନ କାର୍ଯ୍ୟଗୁଡ଼ିକ କରିବାକୁ ନିଷେଧ :

  • ପଞ୍ଚକରେ ଧନିଷ୍ଠା ନକ୍ଷତ୍ରରେ ଘାସ, କାଠ, ଇନ୍ଧନ ପରି ଜିନିଷକୁ ଏକାଠି କିମ୍ବା ସଂଗ୍ରହ କରାଯିବା ଉଚିତ୍ ନୁହେଁ । ଏହା ଦ୍ଵାରା ନିଆଁ ଲାଗିବାର ଭୟ ରହିଛି ।
  • ପଞ୍ଚକ ସମୟରେ ଟେବୁଲ, ଖଟ, ପଲଙ୍କ ଆଦି କାଠ ଆସବାବପତ୍ର ତିଆରି କରାଯିବା ଉଚିତ୍ ନୁହେଁ କି କିଣି ଘରକୁ ଆଣିବା କଥା ନୁହେଁ । ଏହା ଏକ ବଡ଼ ସଙ୍କଟ ସୃଷ୍ଟି କରେ ବୋଲି ବିଶ୍ୱାସ କରାଯାଏ ।
  • ପଞ୍ଚକରେ ଘର, ଦୋକାନ କିମ୍ବା କର୍ମକ୍ଷେତ୍ରର ଛାତ ନିର୍ମାଣ କରାଯିବା ଉଚିତ୍ ନୁହେଁ । କାରଣ ଅର୍ଥହାନୀ ହେବାର ଆଶଙ୍କା ରହିଛି । ଏମିତିକି ଗୃହ କଳହ ବି ବଢେ ।
  • ପଞ୍ଚକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ ବୋଲି ବିଶ୍ୱାସ କରାଯାଏ ।

Leave a Reply

Your email address will not be published. Required fields are marked *