ବିବାହର ପ୍ରଥମ ରାତିରେ ସ୍ୱାମୀଙ୍କୁ ଆକ୍ରମଣ କଲା ପତ୍ନୀ : ଲୁଟିନେଲା ସବୁ ଗହଣା ଆଉ ଟଙ୍କା

ଉତ୍ତର ପ୍ରଦେଶର ବିଜନୋରର କୁଣ୍ଡା ଗାଁରେ ରହୁଥିବା ଜଣେ ବ୍ୟକ୍ତି ସହିତ ଘଟିଛି ଏକ ଅଜବ ଘଟଣା । ବିବାହର ପ୍ରଥମ ରାତିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଛି ତାଙ୍କରି ନବ ବିବାହିତା ପତ୍ନୀ । କେବଳ ସେତିକି ନୁହେଁ ସ୍ଵାମୀ ଲହୁଲୁହାଣ ହୋଇ ଚେତାଶୁନ୍ୟ ହୋଇଗଲା ପରେ ଗହଣା ଏବଂ ଟଙ୍କା ଧରି ସେ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛି ।

ମିଳିଥିବା ସୂଚନାନୁସାରେ ଆହତ ସ୍ଵାମୀ ଜଣକ ଗତ ମଙ୍ଗଳବାର ଦିନ ହରିଦ୍ୱାରର ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ଦିନ ରାତି ପ୍ରାୟ ୧୧ଟା ବେଳେ ପରିବାର ଲୋକେ ଉଭୟ ନବ ଦମ୍ପତ୍ତିକୁ ଏକ କୋଠରୀରେ ଛାଡ଼ି ଦେଇଗଲେ । ଏହାପରେ ନବ ବିବାହିତା ପତ୍ନୀ ଜଣଙ୍କ ସ୍ୱାମୀଙ୍କ ମୁଣ୍ଡକୁ ହଠାତ ଆକ୍ରମଣ କରିଥିଲେ, ଫଳରେ ସ୍ୱାମୀ ଆହତ ହୋଇ ସେଠାରେ ବେହୋସ ହୋଇପଡ଼ିଲେ । ପତ୍ନୀ ତାପରେ ୨ ଲକ୍ଷ ଟଙ୍କା ସହିତ ଗହଣା ଧରି ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଥିଲା ।

ସେପଟେ ଚେତା ଫେରିଲା ପରେ ନିଜ ପରିବାର ସଦସ୍ୟଙ୍କୁ ଲୋକଙ୍କୁ ସବୁ କଥା ଜଣାଇଥିଲା ଏବଂ ଏହାପରେ ସେମାନେ ଘଟଣା ନେଇ ପୋଲିସକୁ ଖବର ଦେଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ଖୋଜିବାକୁ ଆରମ୍ଭ କରିଛି । ସୂଚନାଥାଉ ଯେ ପୂର୍ବରୁ ମଧ୍ୟ ମହିଳା ଜଣଙ୍କ ଏପରି ବିବାହ କରି ବରକୁ ଠକିଛନ୍ତି ।

Leave a Reply

Your email address will not be published. Required fields are marked *