ରାତିରେ ସାପ ମାରିବାକୁ ଘରକୁ ଡାକିଲେ ମହିଳା : ସ୍ଵାମୀ ଏବଂ ପୁଅ ମିଶି କାଟିଦେଲେ ତାଙ୍କ ଗୁପ୍ତାଙ୍ଗ

ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଭୟଙ୍କର ଘଟଣା ଯେଉଁଥିରେ ଜଣେ ପଡ଼ୋଶୀ ମହିଳାଙ୍କୁ ସାହାଯ୍ୟ କରିବା ମହଙ୍ଗା ପଡ଼ିଛି ଜଣେ ବ୍ୟକ୍ତିଙ୍କୁ । ଘଟଣାଟି ଘଟିଛି ଗୁରୁବାର ରାତିରେ । ଜଣେ ଯୁବକଙ୍କୁ ପଡ଼ୋଶୀ ମହିଳା ସାପ ମାରିବାକୁ ନିଜ ଘରକୁ ଡ଼ାକିଥିଲେ, ମାତ୍ର ଘରେ ପଶିବା ମାତ୍ରେ ସଂପୃକ୍ତ ମହିଳାଙ୍କର ସ୍ୱାମୀ ଓ ପୁଅ ମିଶି ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଏହାପରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ।

ଆହତ ଯୁବକ ଜଣଙ୍କ ନିଜର କଟା ଗୁପ୍ତାଙ୍ଗକୁ ନେଇ ଜୀବନବିକଳେ ରିୱାର SGMH କୁ ଦୌଡ଼ିଥିଲେ । ବର୍ତ୍ତମାନ ସେ ଚିକିତ୍ସା ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ହେଲେ ଡାକ୍ତର ପୀଡ଼ିତଙ୍କ ଗୁପ୍ତାଙ୍ଗର ରିଟ୍ରାନ୍ସପ୍ଲାଣ୍ଟ କରିବାକୁ ମନା କରି ଦେଇଛନ୍ତି । ଫଳରେ ତାଙ୍କ ଜୀବନ ଏବେ ସଙ୍କଟରେ ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ୪୮ ବର୍ଷର ଏବଂ ସେ ଉମରିଆ ଥାନା, ସେମରିଆ ଜିଲ୍ଲା ସିଦ୍ଧି ବାସିନ୍ଦା । ରାତି ୧୦ଟାବେଳେ ଯୁବକ ଜଣଙ୍କ ନିଜର କ୍ଷେତକୁ ମୋଟର ଚାଲୁ କରିବାକୁ ଯାଇଥିଲେ ଏବଂ ସେଠାରୁ ଫେରି ନିଜ ଘରକୁ ଯାଉଥିଲେ । ସେ ସମୟରେ ପଡ଼ୋଶୀ ଜଣେ ମହିଳା ତାଙ୍କୁ ଡାକିଥିଲେ ଏବଂ କହିଥିଲେ ଯେ ତାଙ୍କ ଘରେ ସାପ ପଶି ଯାଇଛି, ଆସି ମାରି ଦିଅ । ଯେମିତି ଯୁବକ ଜଣଙ୍କ ମହିଳାଙ୍କର  ଘର ଭିତରେ ପଶିଥିଲେ ସମ୍ପୃକ୍ତ ମହିଳାଙ୍କ ସ୍ଵାମୀ ଏବଂ ପୁଅମାନେ ଯୁବକଙ୍କୁ ଖୁବ୍ ପିଟିଲେ । ଏହାପରେ ମହିଳାଙ୍କ ସ୍ଵାମୀ ଯୁବକଙ୍କର ଗୁପ୍ତାଙ୍ଗ କାଟି ଦେଇଥିଲେ ।

ଘଟଣା ପରେ ଆହତ ଯୁବକଙ୍କ ପରିବାର ଲୋକେ ତାଙ୍କୁ ସେମରିଆ ହସ୍ପିଟାଲ ନେଇଥିଲେ ଏବଂ ପରେ ତାଙ୍କୁ ସିଦ୍ଧି ରେଫର କରାଯାଇଥିଲା । ଏବେ ସେ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ମାତ୍ର ମୃତ୍ୟୁ ସାଙ୍ଗରେ ଲଢୁଛନ୍ତି । ସେପଟେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *