ପୁରୁଷମାନେ ମଧ୍ୟ ବର୍ତ୍ତମାନ ଗର୍ଭନିରୋଧକ ଦାୟିତ୍ୱ ତୁଲାଇବାକୁ ସକ୍ଷମ ହେବେ । ସେମାନଙ୍କ ପାଇଁ ଏଭଳି ଏକ ଜେଲ୍ (Gel) ପ୍ରସ୍ତୁତିର ପରୀକ୍ଷଣ ଶେଷ ହୋଇଯାଇଛି । ଉକ୍ତ ଜେଲ୍ (Gel) ପ୍ରୟୋଗ କରିବା ପରେ, ପୁରୁଷଙ୍କର ୯୯ ପ୍ରତିଶତ ଶୁକ୍ରାଣୁ ଗଠନ କିଛି ସମୟ ପାଇଁ ବନ୍ଦ ହୋଇଯିବ । ପୁରୁଷମାନେ ଯେତେବେଳେ ଚାହିଁବେ ଏହି ଜେଲ୍ (Gel) ବ୍ୟବହାର ବନ୍ଦ କରିପାରିବେ ଏବଂ ଯେତେବେଳେ ଚାହିଁବେ ପୁନର୍ବାର ଶୁକ୍ରାଣୁ ତିଆରି କରିପାରିବେ ।
daily mail ରିପୋର୍ଟ ଅନୁଯାୟୀ, ପ୍ରାୟ ୩୨ ବର୍ଷ ବୟସ୍କ Ed ମଧ୍ୟ ସେଇ ଦମ୍ପତିଙ୍କ ମଧ୍ୟରୁ ଜଣେ । ସେ ଏଡିନବର୍ଗ ନିକଟରେ ଥିବା ପୁରୁଷ ହରମୋନାଲ ଗର୍ଭନିରୋଧକ ଜେଲ୍ (Gel) ପାଇଁ ଏକ କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ । ଏହି ପରୀକ୍ଷଣରେ ତାଙ୍କର ୩୦ ବର୍ଷୀୟ ସାଥୀ ଫିଓନା ମଧ୍ୟ ସମର୍ଥନ କରିଥିଲେ । ଏହି ‘ଜେଲ୍’ (Gel) ପ୍ରୟୋଗ ଦ୍ଵାରା ସେମାନେ ଅବାଞ୍ଛିତ ଗର୍ଭଧାରଣକୁ ରୋକିବାରେ ସମର୍ଥ ହେଲେ ମାତ୍ର ସେମାନଙ୍କୁ ଓଜନ ବଢିବା ଏନଂ ଗରମ ଫ୍ଲାସ୍ ହେବାର ପାର୍ଶ୍ୱ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଲା ।
Ed ଙ୍କ କହିବାନୁଯାୟୀ, ସେ ଡାକ୍ତରଖାନା ବାହାରେ ଏହି ‘ଜେଲ'(Gel)ର କ୍ଲିନିକାଲ ଟ୍ରାଏଲରେ ଭାଗ ନେବାକୁ ସ୍ଵେଚ୍ଛାସେବୀମାନଙ୍କ ଆବଶ୍ୟକତାର ଏକ ବିଜ୍ଞାପନ ଦେଖିଥିଲେ । ଏହାପରେ ସେ ଏଥିରେ ଭାଗ ନେବାକୁ ସ୍ଥିର କଲେ । ତାଙ୍କ ଘର ନିକଟ ଏଡିନବର୍ଗରେ ଏହା ହେବାର ଥିଲା । ପ୍ରତିଦିନ ଗାଧୋଇବା ପରେ, Ed ଏହି ‘ଜେଲ୍’ (Gel) କୁ କାନ୍ଧ ଏବଂ ଛାତିରେ ଲଗାଇ କିଛି ସମୟ ପରେ ପୋଷାକ ପିନ୍ଧୁଥିଲେ । ଏହି ‘ଜେଲ୍’ (Gel) ର କ୍ଲିନିକାଲ୍ ଟ୍ରାଏଲ୍ କରିଥିବା ଦଳରେ ଥିବା ଡାକ୍ତର ଜନ୍ ରେନୋଲ୍ଡସ୍ କହିଛନ୍ତି ଯେ ପ୍ରତି ମିଲିଲିଟର ସିମେନରେ ଏକ ମିଲିୟନ୍ ଶୁକ୍ରାଣୁ ଥାଆନ୍ତି । ‘ଜେଲ୍’ (Gel) ଲଗାଇଲା ପରେ ଟେଷ୍ଟିସରେ ୯୯ ପ୍ରତିଶତ ଶୁକ୍ରାଣୁ ଗଠନ ବନ୍ଦ ହୋଇଗଲା । ଏମିତିକି ଶୟନ କକ୍ଷରେ କାର୍ଯ୍ୟଦକ୍ଷତା ଉପରେ ଏହି ‘ଜେଲ୍’ (Gel)ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିଲା ନାହିଁ ।
ମାତ୍ର ବେଳେବେଳେ ରାତିରେ ଗରମ ଫ୍ଲାସ୍ ଏବଂ ଝାଳ ବାହାରିଯାଏ । ଏହାସହିତ ‘ଜେଲ୍’ (Gel) ପ୍ରୟୋଗ କରି ସେମାନଙ୍କର ଓଜନ ମଧ୍ୟ ୩-୪ କେଜି ବଢିଯାଇଛି । ସେମାନେ କହିଛନ୍ତି ଯେ ଏହା ସେମାନଙ୍କୁ ଅଳ୍ପ ଅସୁବିଧାରେ ପକାଇଛି ସତ ହେଲେ ଟେନସନ ମୁକ୍ତ ଯୌନ ଜୀବନ ପାଇଁ ଏହାର ମୂଲ୍ୟ ବହୁତ କମ୍ । ବର୍ତ୍ତମାନ ମୋର ଅବାଞ୍ଛିତ ଗର୍ଭଧାରଣ ବିଷୟରେ କୌଣସି ଚିନ୍ତା ନାହିଁ ଏବଂ ଫିଓନା ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଖୁସି ଅଛନ୍ତି ବୋଲି କହିଛନ୍ତି ଡାକ୍ତର ଜନ୍ । ଏହି ‘ଜେଲ'(Gel) ର ଭଲ ଫଳାଫଳ ଦେଖି ଅନୁସନ୍ଧାନକାରୀ କମ୍ପାନୀ ବର୍ତ୍ତମାନ ସରକାରଙ୍କ ଅନୁମୋଦନ ପାଇବା ପରେ ବଜାର ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ।