ଖଜୁରୀ କୋଳିରେ ରହିଛି ପ୍ରାକୃତିକ ମଧୁରତା । ତେଣୁ ଯଦି ଆପଣ ମିଠା ପସନ୍ଦ କରନ୍ତି, କିନ୍ତୁ ଆପଣ କ୍ୟାଲୋରୀ ବୃଦ୍ଧି ଏବଂ ଓଜନ ବୃଦ୍ଧି ପାଇଁ ଚିନ୍ତିତ, ତେବେ ଆପଣ ଚିନି ବଦଳରେ ଖଜୁରୀ କୋଳି ବ୍ୟବହାର କରିପାରିବେ । ଭିଟାମିନ୍, ପ୍ରୋଟିନ୍, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଭରପୂର ଖଜୁରୀ କୋଳି ଏକ ଶୁଖିଲା ଫଳ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଅନେକ ରୋଗକୁ ମଧ୍ୟ ଦୂରେଇ ରଖେ । ଖଜୁରୀ କୋଳିକୁ ଶକ୍ତିର ସର୍ବୋତ୍ତମ ଉତ୍ସ ଭାବରେ ମଧ୍ୟ ବିବେଚନା କରାଯାଏ ।
ସୂଚନାଥାଉ ଯେ କ୍ଷୀର ଏବଂ ଖଜୁର କୋଳି ଉଭୟ ପୃଥକ ଭାବରେ ଅତ୍ୟନ୍ତ ଲାଭଦାୟକ । ହେଲେ ଯେତେବେଳେ ସେମାନେ ଏକାଠି ହୋଇ ଯାଆନ୍ତି ସେମାନଙ୍କ ଉପକାରିତା ଦ୍ୱିଗୁଣିତ ହୋଇଯାଏ । ଯଦି ଆପଣ ଚାହାଁନ୍ତି, ଗୋଟିଏ ଗ୍ଲାସ୍ ଗରମ କ୍ଷୀର ସହିତ ୨-୩ ଖଜୁରୀ କୋଳି ଖାଇପାରିବେ କିମ୍ବା ଗୋଟିଏ ଗ୍ଲାସ୍ କ୍ଷୀରରେ ୪-୫ ଟା ଖଜୁରୀ କୋଳି ପକାଇ ୧୦-୧୫ ମିନିଟ୍ ପାଇଁ କମ୍ ଉତ୍ତାପରେ ସିଝେଇ ଦିଅନ୍ତୁ । ଖଜୁରୀ ଯେତେବେଳେ କ୍ଷୀରରେ ଭଲ ଭାବରେ ମିଶି ଯିବ, ତାକୁ ଚୁଲାରୁ ଓହ୍ଲାଇ ଆଣି ଥଣ୍ଡା କରି ପିଅନ୍ତୁ । ଆସନ୍ତୁ ଜାଣିବା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାରେ ଏହା ଉପକାରୀ ହେବ ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ – ଯଦି କୌଣସି ବ୍ୟକ୍ତିର ଦୀର୍ଘ ସମୟ ଧରି କୋଷ୍ଠକାଠିନ୍ୟ ସମସ୍ୟା ଥାଏ, ତେବେ ଖଜୁରୀ କୋଳି ଏବଂ କ୍ଷୀର ତା ପାଇଁ ରାମବାଣ ପରି କାମ କରେ । ଏଥିରେ ପ୍ରଚୁର ଫାଇବର ଥାଏ ଯାହା ପାଚନ ତନ୍ତ୍ରକୁ ସଫା କରିଥାଏ, ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
ହୃଦୟକୁ ସୁସ୍ଥ ରଖେ – ଫାଇବର ସହିତ ଖଜୁରୀ କୋଳିରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ ଯାହା ରକ୍ତନଳୀକୁ ଆରାମ କରିବାରେ ସାହାଯ୍ୟ କରିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ ରହିଥାଏ । ଏହା ସହିତ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ । ଯେତେବେଳେ ବିପି ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହେ, ହୃଦରୋଗ ହେବାର ଆଶଙ୍କା କମିଯାଏ |
ଗର୍ଭବତୀ ମହିଳାମାନଙ୍କ ପାଇଁ ଲାଭଦାୟକ – ଲୌହ ଯୁକ୍ତ ଖଜୁରୀ କୋଳି ଉଭୟ ଗର୍ଭବତୀ ମହିଳା ଏବଂ ତାଙ୍କ ସନ୍ତାନ ପାଇଁ ଲାଭଦାୟକ ଅଟେ । ଏହା ଗର୍ଭବତୀ ମହିଳାଙ୍କ ପାଇଁ ରକ୍ତ ଏବଂ କ୍ଷୀର ତିଆରି କରିବାରେ ସାହାଯ୍ୟ କରେ ।
ମଧୁମେହ ରୋଗୀଙ୍କ ପାଇଁ ଖଜୁରୀ କୋଳିର ଉପକାରୀତା – ଖଜୁରୀ କୋଳିରେ ପ୍ରାକୃତିକ ଚିନି ଥାଏ ଏବଂ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍ ଅଟେ, ତେଣୁ ଏହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ମଧୁମେହ ରୋଗୀମାନେ ବେଳେବେଳେ ସୀମିତ ପରିମାଣରେ ଖାଇପାରିବେ ।
ଦୁର୍ବଳତା ଦୂର କରେ – କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ୍ ଇତ୍ୟାଦିରେ ଭରପୂର ଖଜୁରୀ କୋଳି ଖାଇ ତତକ୍ଷଣାତ୍ ଶକ୍ତି ପ୍ରାପ୍ତ ହୁଏ ଏବଂ ଦୁର୍ବଳତା ଦୂର ହୁଏ । ଏହା ବ୍ୟତୀତ ଦୁଗ୍ଧ ଏବଂ ଖଜୁରୀ ମିଶାଇ ହାଡ଼କୁ ଶକ୍ତିଶାଳୀ କରିଥାଏ ।