ଗତକାଲି ଅର୍ଥାତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ଗୁଣ୍ତୁରିମରା ଗାଁରେ ଯାତ୍ରା ଚାଲିଥିଲାବେଳେ କିଛି ଯୁବକ ଚୋରି କରିଥିଲେ । ତେବେ ଗାଁ ଲୋକେ ଚୋର ଧରୁ ଧରୁ ସାଥୀମାନେ ଖସିଗଲେ ମାତ୍ର ସ୍ଵାଭିମାନ ସାଗର ସ୍ଵାଧୀନ ଜେନା (ବଣ୍ଟି ୨୨ ବର୍ଷ) ନାମକ ଜଣେ ଯୁବକକୁ କାବୁ କରିନେଇଥିଲେ । ଉତ୍ୟକ୍ତ ଗାଁ ଲୋକେ ପିଟିପିଟି ଯୁବକକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଚୋରି କରି ଧରା ପଡ଼ିଥିବା ଯୁବକ ବଣ୍ଟିକୁ ଗାଁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ପ୍ରଥମେ ସେମାନେ ତାର ହାତଗୋଡ଼ ବାନ୍ଧି ଦେଇଥିଲେ ଏବଂ ପରେ ସବୁ ରାଗ ସୁଝେଇ ଦେଇଥିଲେ । ତେବେ ଘଟଣାସ୍ଥଳରେ ସ୍ୱାଭିମାନ (ବଣ୍ଟି)ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହ ପୋଷ୍ଟମର୍ଟମ ପାଇଁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

ତେବେ ସୂଚନାଥାଉ ଯେ ମୃତକ ଜଣକ ହେଉଛନ୍ତି ଉଇଟିକିରି ଗାଁର ଆଡଭୋକେଟ ସରୋଜ ଜେନାଙ୍କ ପୁଅ । ଜାଣିବାକୁ ମିଳିଛି ଯେ ମୃତ ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ଚୋରି କରି ଏକାଧିକ ବାର ଜେଲ୍ ଯାଇଥିଲେ ।