ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ୩ କିମି ବାଟ ପାଦରେ ଚଲେଇ ଥାନାକୁ ଆଣିବାରୁ OIC ଭୋଗିଲେ ଏହି ଦୁର୍ଦଶା …

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ସେଠାକାର ଏସ୍‌ପି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ହେଲମେଟ୍ ଚେକିଂବେଳେ ଜଣେ ୮ ମାସର ଗର୍ଭବତୀଙ୍କୁ ଗତକାଲି ଶରତ ଥାନା OIC ରୀନା ବକ୍ସଲା ଥାନାକୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସେ ୩ କିମି ବାଟ ପାଦରେ ଚାଲିଚାଲି ଯାଇ ଥାନାରେ ପହଞ୍ଚିଥିଲେ । କିନ୍ତୁ ଯେତେବେଳେ OIC ରୀନା ବିରୋଧରେ ଅଭିଯୋଗ ହେଲା ମୟୂରଭଞ୍ଜ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବିତ କରିଥିବା ସୂଚନା ମିଳିଛି ।

ଖବର ଅନୁସାରେ ଗତକାଲି ୧୦ ଟାରେ ଶରତ ଥାନା ଅଞ୍ଚଳର ବିକ୍ରମ ବରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀଙ୍କୁ  ବାଇକ୍‌ରେ ନେଇ ଡାକ୍ତରଖାନା ଚେକିଂ ପାଇଁ ଯାଉଥିଲେ । ହେଲ୍‌ମେଟ ଚେକିଂବେଳେ OIC ରୀନା ବକ୍ସଲା ତାଙ୍କୁ ଧରିଥିଲେ ଏବଂ ଚାଲାଣ କାଟିଥିଲେ । ବିକ୍ରମଙ୍କ ପାଖରେ ପଇସା ନଥିବାରୁ ଅନ୍‌ଲାଇନ୍‌ରେ ପେମେଣ୍ଟ କରିଦେବି କହିଥିଲେ ହେଲେ OIC ରୀନା ଏଥିରେ ରାଜି ହୋଇ ନଥିଲେ ।

ଏହାପରେ OIC ରୀନା ବିକ୍ରମଙ୍କ ଗର୍ଭବତୀ ପତ୍ନୀଙ୍କୁ ଛାଡ଼ି ତାଙ୍କୁ ପୋଲିସ ଗାଡ଼ିରେ ବସାଇ ଥାନାକୁ ନେଇ ଯାଇଥିଲେ । ପରେ ଗର୍ଭବତୀ ମହିଳା ଜଣକ କୌଣସି ଉପାୟ ନପାଇ ୩ କିମି ଚାଲିଚାଲି ଥାନାରେ ଯାଇ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀ ଉଭୟେ SDPO ଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପାଇବା ପରେ ସଂପୃକ୍ତ OIC ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ OIC ରୀନା ବକ୍ସଲାଙ୍କୁ ନିଲମ୍ବିତ କରି ପରେ କପ୍ତିପଦା OIC ଙ୍କୁ ଶରତ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *