ଟୋକିଓ: ଚଳିତ ବର୍ଷ ଜୁଲାଇ, ୨୦୨୦ ରେ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ କରୋନା ମହାମାରୀ ଯୋଗୁଁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ଆଇ.ଓ.ସି. ମୁଖ୍ୟ ଓ ଜାପାନ ସରକାର । କିନ୍ତୁ ଅନୁମାନ ଯେ ୨୦୨୧ ସୁଦ୍ଧା କରୋନାଭାଇରସ ପ୍ରକୋପ ହୁଏତ କମି ନଥାଇ ପରେ ଫଳରେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ହୋଇପାରିବନି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ।
ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ମୁଖ୍ୟ ଥୋମାସ୍ ବାକ୍ ଦେଇଥିବା ସୂଚନା ଅନୁଯାୟୀ ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହୋଇ ନପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି । ଥୋମାସ୍ ଆହୁରି ମଧ୍ୟ କହିଛନ୍ତି ଯେ ଆୟୋଜକ ସମିତିରେ କାମ କରୁଥିବା ୩୦୦୦ରୁ ୫୦୦୦ ଲୋକଙ୍କୁ ସବୁଦିନ ପାଇଁ ନିଯୁକ୍ତି ଦେଇ ହେବନାହିଁ । ପ୍ରତିବର୍ଷ ସମସ୍ତ ପ୍ରମୁଖ ମହାସଂଘଗୁଡ଼ିକର କ୍ରୀଡ଼ା ସୂଚୀକୁ ପରିବର୍ତ୍ତନ କରିହେବ ନାହିଁ କି ଖଳାଳିମାନଙ୍କୁ ବି ଅନିଶ୍ଚିତତା ଭିତରେ ମଧ୍ୟରେ ରଖିହେବ ନାହିଁ ।
ବର୍ତ୍ତମାନ ଜାପାନରେ କରୋନାରେ ୧୭,୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲାବେଳେ ୭୯୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଯଦିଓ ଆସନ୍ତା ବର୍ଷ ଖେଳ ଆୟୋଜନ କରିବାକୁ ଆଇ.ଓ.ସି. ପ୍ରତିଶ୍ରୁତିବଦ୍ଧ, ଭାଇରସ ସଂକ୍ରମଣ ପରିସ୍ଥିତି ଦେଖି ପ୍ରସ୍ତୁତ ହେବା ସହିତ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ୨୦୨୧ ଜୁଲାଇ ୨୩ ବେଳକୁ କରୋନାକୁ ନେଇ ବିଶ୍ଵ ପରିସ୍ଥିତି କିପରି ଥିବ ତାକୁ ନଜରରେ ରଖି ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇ.ଓ.ସି. ମୁଖ୍ୟ ।