ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ହୋଲି ଦିନ ବାପଘରକୁ ଯିବାକୁ ପତ୍ନୀକୁ ସ୍ୱାମୀ ଅଟକାଇଥିଲେ ବୋଲି ମହିଳା ଜଣକ ତାଙ୍କ ତିନି ବର୍ଷର ପୁଅକୁ ଛୁରୀରେ ହତ୍ୟା କରିଥିଲେ । କେବଳ ଏତିକି ନୁହେଁ, ମହିଳା ଜଣକ ପରେ ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା ବି କରିଥିଲେ । କୁହାଯାଉଛି ଯେ ଏହି ଘଟଣା ପରେ ପରିବାର ଲୋକେ ଚୁପଚାପ୍ ଶିଶୁର ମୃତଦେହ ନିଜ ଜମିରେ ପୋତି ଦେଇଥିଲେ । ଏହି ଘଟଣା ପ୍ରତାପଗଡର ବେଜନାଥ ଗାଁରେ ଘଟିଛି । ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର କେତେକ ସଦସ୍ୟଙ୍କୁ ଗିରଫ କରିଛି ।
ପୋଲିସ କହିବାନୁସାରେ ଉତ୍ତରପ୍ରଦେଶର ବାଜନାଥ ଗାଁର ବାସିନ୍ଦା ରାକେଶ ବର୍ମା ଜଣେ ଶ୍ରମିକ । ସେ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଆଉ ଏକ ନୂଆ ଘର ତିଆରି କରୁଥିଲେ । ତାଙ୍କ ପତ୍ନୀ କେଶ କୁମାରୀ ହୋଲି ପାଇଁ ତାଙ୍କ ପରିବାରକୁ ଦେଖା କରିବାକୁ ଚାହୁଁଥିଲେ, କିନ୍ତୁ ସ୍ଵାମୀ ତାଙ୍କୁ ଛାଡିବାକୁ ମନା କରିଦେଇଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା । ବାପପୁଅ ନୂଆ ଘରେ ଶୋଇବାକୁ ଗଲେ ଏବଂ କେଶ କୁମାରୀ ସହିତ ତାଙ୍କ ଶାଶୂ ପୁରୁଣା ଘରେ ଶୋଇଥିଲେ ।

କୁହାଯାଉଛି ଯେ ରବିବାର ବିଳମ୍ବିତ ରାତିରେ କେଶ କୁମାରୀ ନୂଆ ଘରକୁ ଆସି ଛୁରୀରେ ପୁଅ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । କେଶ କୁମାରୀ ତାଙ୍କ ପୁଅ ୟୁଗକୁ ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା ଏବଂ ପରେ ନିଜ ଗଳା କାଟିବାକୁ ଚେଷ୍ଟା କରିଥିଲେ । ହେଲେ ଶାଶୂ ଏବଂ ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ । କୁହାଯାଉଛି ଯେ ଘଟଣା ପରେ ତରବରିଆ ହେଇ ପରିବାର ଲୋକେ ଚୁପଚାପ୍ ନିଜ ଜମିରେ ଶିଶୁର ମୃତଦେହ ପୋତି ଦେଇଥିଲେ ।
ସୋମବାର ସନ୍ଧ୍ୟାରେ ଅନ୍ତୁ ଫାଣ୍ଡି ପୋଲିସ ଘଟଣାର ସୂଚନା ପାଇ ପଚରାଉଚରା କରି ଅଭିଯୁକ୍ତ ମାଆକୁ ଗିରଫ କରିଛି । ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି । ପୋଲିସର ମୁଖପାତ୍ର କହିଛନ୍ତି ଯେ ମଙ୍ଗଳବାର ଶିଶୁର ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବ ।