ଅଟୋମୋବାଇଲ୍ କମ୍ପାନୀ ମାଲିକ ତଥା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆର ମହମ୍ମଦ ସିରାଜଙ୍କୁ ମହିନ୍ଦ୍ରା ଥର-ଏସୟୁଭି ଗାଡି ଉପହାର ଦେଇଛନ୍ତି ଏବଂ ଦେଇଥିବା ନିଜ ପ୍ରତିଶୃତି ମଧ୍ୟ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ସେ 6 ଜଣ ଖେଳାଳିଙ୍କୁ ଉପହାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ ଏବଂ ବର୍ତ୍ତମାନ ସେମାନେ ଗୋଟିଏ ପରେ ଗୋଟିଏ ପ୍ରତିଶୃତି ପୂରଣ କରୁଛନ୍ତି। ଏହି ସୂଚନା ମହମ୍ମଦ ସିରାଜ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି।

ମହମ୍ମଦ ସିରାଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ମୋ ପାଖରେ ବର୍ତ୍ତମାନ ଶବ୍ଦ ନାହିଁ। ଏହି ସୁନ୍ଦର ମହିନ୍ଦାର ଥର ପାଇ ମୁଁ ବହୁତ ଖୁସି, ଏହି ସମୟରେ ମୁଁ ଆନନ୍ଦ ମହିନ୍ଦ୍ରା ସାର ର୍ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, ଦୁର୍ଭାଗ୍ୟବଶତ, ମୁଁ ସେଠାରେ ଉପସ୍ଥିତ ନାହିଁ, ତେଣୁ ମୋ ମା ଏବଂ ମୋ ବଡ ଭାଇ ମୋ ସ୍ଥାନରେ ଏହି ଅଦ୍ଭୁତ ଉପହାର ଗ୍ରହଣ କରୁଛନ୍ତି ବୋଲି ମହମ୍ମଦ ସିରାଜ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି।

ଏହା ପୂର୍ବରୁ ମଧ୍ୟ ଶାର୍ଦ୍ଦୁଲ ଠାକୁର ନିଜ ଟ୍ୱିଟରରେ ଲେଖି ଜଣାଇଥିଲେ ଯେ ନୂତନ ମହିନ୍ଦ୍ରା ତର ଆସିଛି। ମହିନ୍ଦ୍ରା କମ୍ପାନୀ ଏହାକୁ ଏକ ଜବରଦସ୍ତ ଢଙ୍ଗରେ ତିଆରି କରିଛି । ମୁଁ ଏହି SUV ଚଲାଇ ବହୁତ ଖୁସି । ଅଷ୍ଟ୍ରେଲୀୟ ଭ୍ରମଣରେ ଆମର ଅବଦାନକୁ ପ୍ରଶଂସା କରିଥିବା ଶ୍ରୀ ଆନନ୍ଦ ମହିନ୍ଦ୍ରା ଏବଂ ପ୍ରକାଶ ଭାଙ୍କକର ଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଉଛି ବୋଲି ଶାର୍ଦ୍ଦୁଲ ଠାକୁର ନିଜ ଟ୍ୱିଟରରେ ଲେଖି ସୂଚନା ଦେଇଥିଲେ ।

ସେହିଭଳି ଟି ନାଟରାଜନ୍ ଙ୍କୁ ମଧ୍ୟ ଆନନ୍ଦ ମହିନ୍ଦ୍ରା ‘ମହିନ୍ଦ୍ରା ଥର’ ଉପହାର ଦେଇଥିଲେ, ଜବାବରେ ଟି ନାଟରାଜନ୍ ଏହି କାର୍ ପାଇ ଟ୍ୱିଟରରେ ଲେଖିଥିଲେ ଯେ, ‘ଭାରତ ପାଇଁ କ୍ରିକେଟ୍ ଖେଳିବା ମୋ ଜୀବନର ସବୁଠୁ ବଡ କଥା। ଏଠାରେ ପହଞ୍ଚିବା ମୋ ପାଇଁ ସହଜ ନଥିଲା। ଆଜି ମୁଁ ଗାଡି ଚଳାଇ ନୂଆ ଏସୟୁଭି କୁ ମୋ ଘରକୁ ଆଣିଥିଲି, ଆଜି ମୁଁ ଶ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି। ମୋର ସ୍ୱୀକୃତି ଏବଂ ପ୍ରଶଂସା ପାଇଁ ଧନ୍ୟବାଦ । କ୍ରିକେଟ୍ ପ୍ରତି ତୁମର ଭଲପାଇବା ଦେଖି ମୁଁ ତୁମକୁ ଗାବା ଟେଷ୍ଟ ଜର୍ସି ଟି କୁ ଉପହାର ଭାବେ ଦେଉଛି।