IPL 2021 ର ପ୍ରସ୍ତୁତି ସମାପ୍ତ ହୋଇଛି, ଏବଂ ଆଜି ଆଇପିଏଲ୍ 14 ର ମ୍ୟାଚ୍ ଖେଳିବା ପ୍ରସ୍ତୁତ ସବୁ ଦଳ, ତେବେ ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ହେବ। ଆଜିର ମ୍ୟାଚ୍ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏହା ପରେ, ଦ୍ୱିତୀୟ ଦିନ ଅର୍ଥାତ୍ 10 ଏପ୍ରିଲରେ, ଏମଏସ ଧୋନିଙ୍କ ଅଧିନାୟକ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରିଷଭ ପନ୍ତଙ୍କ ଦିଲ୍ଲୀ କେପିଟାଲସ ମଧ୍ୟରେ ଏକ ମ୍ୟାଚ୍ ହେବ। ଏହି ମ୍ୟାଚ୍ ସହିତ ରିଷଭ ପନ୍ତଙ୍କ କାପ୍ଟାନୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ସମୟରେ ଦିଲ୍ଲୀ ପାଇଁ ଏକ ଖୁସି ଖବର ଆସିଛି, ଜାଣିବାକୁ ମିଳିଛି ଯେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଭଳି ଶ୍ରେଷ୍ଠ ଖେଳାଳି ଏହି ଦଳରେ ଯୋଗ ଦେଇ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି।
ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆର ଅଧିନାୟକ ମଧ୍ୟ ରହିଛନ୍ତି। ଏହା ସହିତ ଆଇପିଏଲରେ ମଧ୍ୟ ଅନେକ ଦଳର ଅଧିନାୟକ ରହିଛନ୍ତି। ଆଇପିଏଲ୍ 2020 ରେ ଷ୍ଟିଭି ସ୍ମିଥ୍ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ। କିନ୍ତୁ ଚଳିତ ବର୍ଷର ନିଲାମ ପୂର୍ବରୁ ଦଳ କେବଳ ଷ୍ଟିଭି ସ୍ମିଥଙ୍କୁ ଅଧିନାୟକରୁ ହଟାଇ ଦେଇନାହାଁନ୍ତି ବରଂ ତାଙ୍କୁ ଦଳରୁ ବିଦା କରିଛନ୍ତି। ଏହା ପରେ ଦିଲ୍ଲୀ ଦଳ ନିଜ ଟିମ ରେ ସାମିଲ କରିଥିଲେ। ଏହି ସମୟରେ, ଷ୍ଟିଭ୍ ସ୍ମିଥ୍ ଏବଂ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଏକ କ୍ୟାରାଣ୍ଟିନ ଅବଧି ସମାପ୍ତ କରିବା ପରେ ଦିଲ୍ଲୀ ତାଲିମ ଶିବିରରେ ଯୋଗ ଦେଇଛନ୍ତି, ଦିଲ୍ଲୀ ଦଳ କହିଛି ଯେ ଏହି ଦୁଇ ଖେଳାଳି ଦଳର ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ ମ୍ୟାଚ୍ ଖେଳିଛନ୍ତି। ଦିଲ୍ଲୀର ଦଳ ଏଠାରେ କ୍ରିକେଟ୍ କ୍ଲବ ଅଫ୍ ଇଣ୍ଡିଆରେ ଟ୍ରେନିଂ ମଧ୍ୟ ନେଉଛନ୍ତି।
ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ଏହି ସିଜନରେ ଦିଲ୍ଲୀ କେପିଟାଲସ (ଡିସି) ସେମାନଙ୍କର ପ୍ରଥମ ମ୍ୟାଚ୍ ଖେଳିବା । ଏହି ସିଜନରେ, ଦଳର ଅଧିନାୟକ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ରିଷଭ ପନ୍ତ ଦଳର ଦାୟିତ୍ୱ ନେବେ, ଆଘାତ ହେତୁ ଶ୍ରେୟସ୍ ଆୟର ଏହି ସିଜନରେ ଖେଳିବାକୁ ସମର୍ଥ ହେବେ ନାହିଁ, ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ ଦଳର ଖେଳାଳିଙ୍କ ସହ ସେ ନିଶ୍ଚିତ ସନ୍ତୁଷ୍ଟ ଅଛନ୍ତି ଏବଂ ଦିଲ୍ଲୀ ଏଥର ଆଇପିଏଲ ଟାଇଟଲ ଜିତିପାରିବ।