ଆଇପିଏଲ୍ 2021 ରେ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଆରସିବି ଇନିଂସର ଏକାଦଶ ଓଭରର ପ୍ରଥମ ବଲରେ 100 ମିଟର ଲମ୍ବା ଛକା ମାରି ବଲ୍କୁ ଷ୍ଟାଡିୟମରୁ ବାହାର କୁ ପଠେଇ ଦେଇଥିଲେ, ମୁମ୍ବାଇ ଦଳ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କରାଯାଇଥିବା ବୋଲିଂ ରେ ସେ ଏଭଳି ଏକ ବିଶାଳ ଛକା ମାରିଥିଲେ। ନଅନ୍ ଷ୍ଟ୍ରାଇକର ରେ ଥିବା ଆରସିବି ଅଧିନାୟକ ବିରାଟ କୋହଲି ଏହି ସଟ୍ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମ୍ୟାକ୍ସୱେଲ ତାଙ୍କ ଆରସିବି ଡେବ୍ୟୁରେ 28 ବଲରୁ 39 ରନ୍ ସଂଗ୍ରହ କରିଥିଲେ।

ଆପଣ ଜାଣିଥିବେ ଯେ, ୟୁଏଇରେ ଖେଳାଯାଇଥିବା ଗତ ବର୍ଷର ଆଇପିଏଲରେ ଖରାପ ଫର୍ମ ରେ ଥିବା ଗ୍ଲେନ୍ ମ୍ୟାକ୍ସୱେଲ ଲଗାତାର ଫ୍ଲପ୍ ହୋଇଥିଲେ, ହେଲେ ବର୍ତମାନ ଗ୍ଲେନ୍ ମ୍ୟାକ୍ସୱେଲ ଏକ ଅଲଗା ଢଙ୍ଗରେ ipl 2021 ର 14 ତମ ସିଜନ୍ ଆରମ୍ଭ କରିଥିଲେ, ଗତ ସିଜନରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବାବେଳେ ମ୍ୟାକ୍ସୱେଲ ତାଙ୍କ ବ୍ୟାଟରୁ ଗୋଟିଏ ମଧ୍ୟ ଛକା ମାରି ନଥିଲେ।
କିନ୍ତୁ ମୁମ୍ବାଇ ବିପକ୍ଷ ନିଜର ପୁରୁଣା ଫର୍ମକୁ ଫେରାଇ ଆଣିବା ସହିତ ମ୍ୟାକ୍ସୱେଲ ଇନିଂସର ଦଶମ ଓଭରରେ କ୍ରୁନାଲ ପାଣ୍ଡ୍ୟାଙ୍କ ପ୍ରଥମ ବଲରୁ 100 ମିଟର ଲମ୍ବ ଛକା ମାରି ଷ୍ଟାଡିୟମ ବାହାରକୁ ବଲ ପଠାଇ ଦେଇଥିଲେ। ଏହା ଦେଖି କ୍ୟାପଟେନ କୋହଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି 159 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଆରସିବି 20 ଓଭରର ଶେଷ ବଲ ରେ ଜିତିଥିଲା ।