ରାଜସ୍ଥାନର ଭରତପୁରରେ ଜଣେ ମହିଳା ତାଙ୍କ ଭିଣୋଇ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଅଭିଯୋଗ ଅନୁସାରେ ଭିଣୋଇ ପ୍ରଥମେ ଲାଳସା ଦେଖେଇ ନେଲେ ଏବଂ ଖାଇବାରେ ନିଶା ଦ୍ରବ୍ୟ ଦେଇ ବାରମ୍ବାର ତାର ବଳାତ୍କାର କଲେ । କେବଳ ସେତିକି ନୁହେଁ, ଦୁଷ୍କର୍ମ ସମୟର ଅଶ୍ଳୀଳ ଭିଡ଼ିଓ ବି କଲେ । ତାପରେ ଯାହା କଲେ ତା ଆଶ୍ଚର୍ଯ୍ୟ କଲାଭଳି ।
ଯେତେବେଳେ ପୀଡ଼ିତାର ବିବାହ ଅନ୍ୟ କେଉଁଠି ସ୍ଥିର ହେଲା, ବିବାହ ଅଟକେଇବା ଯାଇ ସଙ୍ଗେ ସଙ୍ଗେ ଭିଣୋଇ ସେ ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିଦେଲା । ଏମିତିକି ସେ ଅଶ୍ଳୀଳ ଭିଡ଼ିଓ ପୀଡ଼ିତାର ଭାବି ସ୍ଵାମୀକୁ ବି ପଠେଇଦେଲା ଭିଣୋଇ । ସୂଚନା ଅନୁସାରେ ପୀଡ଼ିତା ଜଣକ ବିଏ ଶେଷ ବର୍ଷର ଛାତ୍ରୀ ଏବଂ ତାଙ୍କୁ ୨୧ ବର୍ଷ ବୟସ । ତେବେ ପୀଡ଼ିତାଙ୍କ ବିବାହ ଅପ୍ରେଲ ୨୭ ତାରିଖରେ ହେବାକୁ ଥିଲା ।
ରିପୋର୍ଟ ଅନୁସାରେ ମାମଲାଟି ଭରତପୁରର ଉଚେନ ଥାନା ଅନ୍ତର୍ଗତ ଅଞ୍ଚଳର । ପୀଡ଼ିତା କରିଥିବା ଅଭିଯୋଗରେ ଏହା ବି ଲେଖା ହେଇଛି ଯେ ତା ଭିଣୋଇ ସେଇ ଅଲବରର ବାସିନ୍ଦା । ଫେବୃୟାରୀ ମାସରେ ତା ଭିଣୋଇ ୟାଦରାମ ତାକୁ କହିପୋଛି ତାଙ୍କ ଗାଁ ଅଲବରକୁ ନେଇ ଯାଇଥିଲେ । ଅଲବରରେ ରଖି ୩ ଦିନ ଯାଏଁ ତା ସହିତ ବଳାତ୍କାର କଲା ଏବଂ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ କଲା । ଏହାପରେ ଷ୍ଟେସନରେ ଛାଡ଼ି କୁଆଡ଼େ ଫେରାର ହେଇଗଲା । ଏବେ ଯେତେବେଳେ ମୋ ବିବାହ ଠିକ୍ ହେଲା, ଭିଣୋଇ ମୋ ଭାବି ସ୍ଵାମୀଙ୍କୁ ସେଇ ଅଶ୍ଳୀଳ ଭିଡ଼ିଓ ପଠାଇ ଦେଇଛି ବୋଲି କହିଛି ପୀଡ଼ିତା ।