୨୪ ଘଣ୍ଟା ମଧ୍ୟରେ ୨୫ ଜଣ ହରାଇଲେ ପ୍ରାଣ, ୬୦ ଜଣଙ୍କ ପ୍ରାଣ ଯିବା ଉପରେ ଥିଲା : ମାତ୍ର ଦୁଇ ଘଣ୍ଟା ପାଇଁ ଥିଲା ଷ୍ଟକ୍

ରାଜଧାନୀ ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାସହିତ ହସ୍ପିଟାଲରେ ଅକ୍ସିଜେନ ଅଭାବ ହେତୁ ଆହୁରି ଅନେକ ରୋଗୀଙ୍କ ଜୀବନ ମଧ୍ୟ ବିପଦପୂର୍ଣ୍ଣ ଥିଲା । ତେବେ ସୂଚନା ଅନୁସାରେ ହସ୍ପିଟାଲରେ ଅକ୍ସିଜେନ ପହଞ୍ଚିଛି, ହେଲେ ଅକ୍ସିଜେନ ପହଞ୍ଚିଲା ବେଳକୁ ଷ୍ଟକରେ ମାତ୍ର ୨ ଘଣ୍ଟାର ଅକ୍ସିଜେନ ବାକି ଥିଲା । ହସ୍ପିଟାଲ ତରଫରୁ ତୁରନ୍ତ ହସ୍ପିଟାଲ ଯୋଗାଣ ପାଇଁ ଦାବି କରାଯାଇଥିଲା ।

ତୁରନ୍ତ ବିମାନ ଉଡ଼ାଣ ଦ୍ୱାରା ଅକ୍ସିଜେନ ବିତରଣ କରିବାକୁ ହସ୍ପିଟାଲ ପ୍ରଶାସନ ପକ୍ଷରୁ ଦାବି କରାଯାଇଥିଲାବେଳେ ଗ୍ରୀନ କରିଡର କରି ହସ୍ପିଟାଲକୁ ହସ୍ପିଟାଲ ପଠା ଯାଇଥିଲା । ଅକ୍ସିଜେନ ଯୋଗାଣ ପରେ ହସ୍ପିଟାଲ ପ୍ରଶାସନ ଏବଂ ରୋଗୀଙ୍କ ପରିବାର ଆଶ୍ଵସ୍ତ ହୋଇଛନ୍ତି ।

ସାର୍ ଗଙ୍ଗା ରାମ ହସ୍ପିଟାଲ ବ୍ୟତୀତ ମ୍ୟାକ୍ସ ହସ୍ପିଟାଲରେ ମଧ୍ୟ ଅକ୍ସିଜେନର ଅଭାବ ରହିଥିଲା । ସେଠାରେ ମଧ୍ୟ ଅକ୍ସିଜେନ ପହଞ୍ଚିଛି । ଗୁରୁବାର ଦିନ ଦିଲ୍ଲୀର ଶାନ୍ତି ମୁକୁଣ୍ଡ ହସ୍ପିଟାଲର ସିଇଓ ସୁନୀଲ ସାଗର ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ କହୁ କହୁ କାନ୍ଦିପକାଇଥିଲେ । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ କଠିନ ପରିସ୍ଥିତି । ଆମ ପାଖରେ ବହୁତ କମ୍ ଅକ୍ସିଜେନ ବାକି ଅଛି । ଯଦି ଆମେ ଅକ୍ସିଜେନ ଯୋଗାଇବାରେ ସକ୍ଷମ ନୁହଁନ୍ତି, ତେବେ ଆମ ରୋଗୀମାନେ ମରିବା ନିଶ୍ଚିନ୍ତ ।

ରାଜଧାନୀର କର୍କାର୍ଡୋମାସ୍ଥିତ ମାକୁଣ୍ଡ ହସ୍ପିଟାଲର ସିଇଓ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ହସ୍ପିଟାଲରେ ମାତ୍ର ୨ ଘଣ୍ଟା ଅକ୍ସିଜେନ ବାକି ଅଛି, ସେ ବ୍ୟସ୍ତ ହୋଇପଡ଼ିଲେ । ୧୧୦ ଜଣ କରୋନା ରୋଗୀଙ୍କୁ ନେଇ ସେ ଖୁବ ବିଚଳିତ ଥିଲେ ।

Leave a Reply

Your email address will not be published. Required fields are marked *