ଭାରତରେ କରୋନାର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପୁଣିଥରେ ରେକର୍ଡ଼ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩.୭୯ ଲକ୍ଷରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଥିଲା ବେଳେ ଯାହା ମହାମାରୀର ଦ୍ଵିତୀୟ ତରଙ୍ଗର ଆରମ୍ଭରୁ ସର୍ବାଧିକ ସଂଖ୍ୟା ଅଟେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ହୋଇଥିବାବେଳେ ୩୬୪୫ ଜଣ ପ୍ରାଣ ହରାଇଛନ୍ତି । ଏହାପରେ ଭାରତରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ କୁ ଯାଇଥିବାବେଳେ ୨ ଲକ୍ଷ ୪ ହଜାର ୮୩୨ ଲୋକ ପ୍ରାଣ ହରାଇଛନ୍ତି ।
କରୋନାର ଦ୍ୱିତୀୟ ତରଙ୍ଗରେ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଖରାପ ହେଲାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୩୦୯ ନୂତନ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଏହାସହିତ ୯୮୫ ଜଣ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରରେ । ଏହାପରେ ସମୁଦାୟ ସଙ୍କ୍ରାମକଙ୍କ ମାଟ ସଂଖ୍ୟା ୪୪ ଲକ୍ଷ ୭୩ ହଜାର ୩୯୪ କୁ ବୃଦ୍ଧି ପାଇଥିବାବେଳେ ୬୭୨୧୪ ଜଣ ପ୍ରାଣ ହରାଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୩୭,୩୦,୭୨୯ ଜଣ କୋଭିଡ଼-୧୯ ସଂକ୍ରମଣରୁ ଆରୋଗ୍ୟ ହୋଇଥିଲା ବେଳେ ଏବେ ବି ୬,୭୫,୪୫୧ ଜଣ ଚିକିତ୍ସିତ ହେଉଛନ୍ତି ।