ନୂଆଦିଲ୍ଲୀ : ରେଳବାଇ ଆସନ୍ତାକାଲି ସୋମବାରଠାରୁ ୨୦୦ ଟି ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଥିଲାବେଳେ ଟ୍ରେନ ଚଳାଚଳ ଉପରେ ୩ ଟି ରାଜ୍ୟ ଆପତ୍ତି ଜଣାଇଛନ୍ତି । ରବିବାର ଦିନ ଏହି ସୂଚନା ପ୍ରଦାନ କରୁଥିବାବେଳେ ରେଳବାଇ କହିଛି ଯେ ୨୦୦ ଟି ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ କାର୍ଯ୍ୟ ଆରମ୍ଭ ହେବାର କେଇ ଘଣ୍ଟା ପୂର୍ବରୁ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ସେବା ଉପରେ ନିଜର ଆପତ୍ତି ବ୍ୟକ୍ତ କରିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ୟାର ସମାଧାନ ପାଇଁ ରେଳ ମୁଖ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଚାଲିଛି । ସେ ଦର୍ଶାଇଛନ୍ତି ଯେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ୩ ଟି ରାଜ୍ୟ ଉଦବେଗ ପ୍ରକାଶ କରିଛନ୍ତି ଓ ଏହା ହିଁ ଟ୍ରେନ ଚଳାଚଳକୁ ବିରୋଧ କରିବା ପଛର କାରଣ ବୋଲି ବିବେଚନା କରାଯାଉଛି ।
ଝାଡ଼ଖଣ୍ଡ ରାଜ୍ୟକୁ ଆସୁଥିବା ୪ ଟି ଟ୍ରେନ ଚଳାଚଳ ନକରିବାକୁ ଅନୁରୋଧ କରିଥିବାବେଳେ ବାକି ୨୦ ଟି ହ୍ରାସ ପାଇଛି । ସୂଚନାନୁସାରେ ରେଳବାଇ ଦ୍ୱାରା ପ୍ରସ୍ତୁତ ଯୋଜନା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୭୧ ଟି ଷ୍ଟପେଜ ରହିଥିଲା । କିନ୍ତୁ ଆନ୍ଧ୍ରପ୍ରଦେଶ କହିବାନୁଯାୟୀ ରାଜ୍ୟରେ କେବଳ ୨୨ ଟି ଟ୍ରେନ ଆସିବା ଉଚିତ୍ ଓ ଷ୍ଟପେଜ ସଂଖ୍ୟା ହ୍ରାସ କରାଯିବା ବି । ବର୍ତ୍ତମାନ ପାଇଁ ୧୮ ଟି ସ୍ଥାନରେ ଷ୍ଟପ୍ ରଖାଯାଉ । କାରଣ ଅନ୍ୟ ଷ୍ଟପେଜ୍ ପାଇଁ ଅଲଗା ଭିତ୍ତିଭୂମି ସୃଷ୍ଟି କରିବା ସମ୍ଭବ ନୁହେଁ । ସେପଟେ ମହାରାଷ୍ଟ୍ର ଲକଡାଉନ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି ଏବଂ ଟ୍ରେନ ତଥା ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି ।
ଯାତ୍ରୀମାନେ ବର୍ତ୍ତମାନ ସେମାନଙ୍କ ଯାତ୍ରା ପାଇଁ ସିଧାସଳଖ ୧୨୦ ଦିନ ପୂର୍ବରୁ ଅର୍ଥାତ୍ ୪ ମାସ ପୂର୍ବରୁ ଟିକେଟ ବୁକ୍ କରିପାରିବେ । ଏହା ଟିକେଟ ପାଇବା ଏବଂ ଯାତ୍ରା ଯୋଜନା କରିବାରେ ସାହାଯ୍ୟ କରିବ । ୩ ମାସ ପୂର୍ବରୁ ଟିକେଟ ବୁକିଂ ସହିତ ରେଳବାଇ ବର୍ତ୍ତମାନର ସିଟ୍ ବୁକିଂ, ଟାଟକାଲ୍ କୋଟା ବୁକିଂ ଏବଂ ମଧ୍ୟମ ଷ୍ଟେସନରୁ ଟିକେଟ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।