ସାରା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି, ଏହା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି,କରୋନା ସଂକ୍ରମଣ ଚେନ୍ କୁ ଭାଙ୍ଗିବା ପାଇଁ ଦେଶରେ ବିଭିନ୍ନ ରାଜ୍ୟ ରେ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ମାମୁଢ଼ିଅ ଗାଁର, ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ।
ଆସିକା ଥାନା ମାମୁଢ଼ିଅ ଗାଁର ସଞ୍ଜୟ ସାହୁ ଓ ତାଙ୍କ ପତ୍ନୀ ଝିଲି ସେଠୀ ଉଭୟ କଲେଜ ଛକ ସ୍ଥିତ ଗୋଲାପଲ୍ଲି ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। କିନ୍ତୁ ପରିବାର ପ୍ରତି ପୋଷଣରେ ପାଇଁ ସଞ୍ଜୟ ସୁରାଟ ପଳାଇ ଯାଇଥିଲେ। ଘରେ ଝିଲି ଓ ଦୁଇ ମାସର ଝିଅ ଥିଲେ। କିନ୍ତୁ ଆଜି ସକାଳେ ଘର କବାଟ ଖୋଲି ନଥିଲେ ଝିଲି। ଆଉ କିଛି ସମୟ ପରେ ଘର ଭିତରୁ ଝିଅ କାନ୍ଦ ଶୁଣିବାକୁ ମଧ୍ୟ ମିଳିଥିଲା।
ସନ୍ଦେହରେ ପଡୋଶୀ ଲୋକେ ଥାନାକୁ ଖବର ଦେଇଥିଲେ। ଖବର ପାଇ ଆସିକା ଥାନା ଅଧିକାରୀ ଗାଁରେ ପହଞ୍ଚିଥିଲେ। ଏବଂ ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହ କୁ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ସଂସ୍କାର କରାଯାଇଥିଲା। ତେବେ ଝିଲିକୁ କରୋନା ହୋଇଥିଲା କି ନାହିଁ ତାହା ଜଣାପଡି ନାହିଁ। କିନ୍ତୁ ସନ୍ଦେହରେ ଗାଁ ଲୋକେ ମୃତଦେହ ଉଠାଉ ନଥିଲେ,ଶେଷରେ ପ୍ରଶାସନିକ ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି ଅନ୍ତିମ ସଂସ୍କାର ଥିଲେ ଏବଂ କୁନି ଝିଅକୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ୍ରେ ଚିକିତ୍ସା ପାଇଁ ପଠା ଯାଇଥିବା ଜଣାପଡ଼ିଛି।
ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬୬୪ ଜଣ କରୋନା ରୋଗ ସୁସ୍ଥ ହୋଇଛନ୍ତି। ଗତକାଲି ଠାରୁ ଆଜି ୭୩୭ କମ୍ ସୁସ୍ତ ହୋଇଛନ୍ତି। ଅନ୍ୟ ପଟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଦିନକରେ ୨୧ ଜଣଙ୍କ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬୧ କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।