ZIM Vs PAK, ୨ୟ ଟେଷ୍ଟ: ଜିମ୍ବାୱେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ (ZIM Vs PAK) ଏବଂ ଶେଷ ମ୍ୟାଚରେ ପାକିସ୍ତାନ ଦଳ ବିଜୟୀ ହୋଇଛି। ଆଜି ମ୍ୟାଚରେ ଖେଳର ଚତୁର୍ଥ ଦିନ ରେ ଜିମ୍ବାୱେ ଦଳ 231 ରନ ରେ ଅଲଆଉଟ ହୋଇଯାଇଛି। ଏହି ବିଜୟ ସହିତ ପାକିସ୍ତାନ ଦଳ ୨-0 ରେ ସିରିଜ୍ ଜିତିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଦଳ ମଧ୍ୟ ପ୍ରଥମ ମ୍ୟାଚରେ ଇନିଂସ ଏବଂ 116 ରନରେ ଜିତିଥିଲା।
ପାକିସ୍ତାନ ର ବୃହତ ସିରିଜ ବିଜୟ
ପ୍ରଥମେ ପାକିସ୍ତାନ ବ୍ୟାଟିଂ କରି ମୋଟ 8 ୱିକେଟ୍ ହରେଇ 510 ରନ କରିଥିଲା ଜବାବରେ ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲି ତାଙ୍କ ନାମରେ ପାଞ୍ଚଟି ୱିକେଟ୍ ନେଇଥିଲେ। ଯାହାର ସାହାଯ୍ୟରେ ଜିମ୍ବାୱେ 132 ରନ୍ ରେ ଆଉଟ୍ ହୋଇଥିଲା ପ୍ରଥମ ଇନିଂସ ରେ। ଏହା ପରେ ଜିମ୍ବାୱେ ଫଲୋଅନରେ ଖେଳିବାକୁ ଆସିଥିଲା ।
ନୋମାନ ଅଲି ଓ ଶାହିନ୍ ଶାହା ଆଫ୍ରିଦିଙ୍କ ଘାତକ ବୋଲିଂ
ଏହା ପରେ ବାମହାତୀ ସ୍ପିନର ନୋମାନ ଅଲି ଦ୍ୱିତୀୟ ଇନିଂସରେ ପାଞ୍ଚ ୱିକେଟ୍ ନେଇ ଜିମ୍ବାୱେର ଦୁର୍ବଳତାକୁ ପ୍ରକାଶ କରିଥିଲେ। ତାଙ୍କୁ ଶାହିନ୍ ଶାହା ଆଫ୍ରିଦିଙ୍କ ସମର୍ଥନ ମଧ୍ୟ ମିଳିଥିଲା। ନୋମାନ ଅଲି 86 ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିବାବେଳେ ଆଫ୍ରିଦି 52 ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଛନ୍ତି। ଫଳରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚରେ ଇନିଂସ ଏବଂ 147 ରନରେ ଜିତିନେଇଛି । ଏହାପୂର୍ବରୁ ଦୁଇ ଦଳ ମଧ୍ୟରେ ଟି -20 ସିରିଜ ଖେଳାଯାଇଥିଲା ଯେଉଁଥିରେ ପାକିସ୍ତାନ ୨-୧ରେ ଜିତିଥିଲା।
8 ନମ୍ବର ରେ ବିସ୍ପୋରକ ବ୍ୟାଟିଂ
ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ପାକିସ୍ତାନ ତରଫରୁ 8 ନମ୍ବର ରେ ବ୍ୟାଟିଂ କରିବାକୁ ଆସି ନୋମାନ ଅଲି ଙ୍କ ଏକ ବିସ୍ପୋରକ ଶତକ ହାସଲ କରିବାକୁ ତିନୋଟି ରନରୁ ବଞ୍ଚିତ ହୋଇଥିଲେ। ନୋମାନ ଅଲି 9 ଚୌକା ଓ 5 ଛକା ସହାୟତାରେ 103 ବଲରୁ 97 ରନ ସ୍କୋର କରିଥିଲେ । ଯାହା ନୋମାନର ଇନିଂସ ତାଙ୍କୁ 25 ବର୍ଷ ପୂର୍ବେ 1996 ରେ ଜିମ୍ବାୱେ ବିପକ୍ଷରେ ଖେଳିଥିବା ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ୱାସିମ ଆକ୍ରାମଙ୍କୁ ମନେ ପକାଇ ଦେଇଥିଲା।
ୱାସିମ ଆକ୍ରାମ ଙ୍କ ଅଷ୍ଟମ ସ୍ଥାନରେ ବ୍ୟାଟିଂ ରେକର୍ଡ
ୱାସିମ ଆକ୍ରାମ ଙ୍କ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରି 25 ବର୍ଷ ପରେ ମଧ୍ୟ ଖେଳାଯାଇଥିବା ସବୁଠାରୁ ବଡ ଇନିଂସ ଅଟେ। ଏହା ବ୍ୟତୀତ ତାଙ୍କ ଦ୍ୱାରା ଲଗାଯାଇଥିବା ଇନିଂସରେ 12 12 ଟି ଛକା ରେକର୍ଡ ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ। ୱାସିମ ଆକ୍ରାମ ଆଠ ନମ୍ବରରେ ବ୍ୟାଟିଂ କରି 257 ରନର ମାରାଥନ ଇନିଂସ ସ୍କୋର କରିଥିଲେ। ଏହି ଇନିଂସରେ 12 ଛକା ଏବଂ 22 ଟି ଚୌକା ସାମିଲ ଥିଲା, ସେ ମୋଟ 363 ବଲ ଖେଳି ଥିଲେ ।