କରୋନା ଭୁତାଣୁ ସଂକ୍ରମଣ ର ଦ୍ୱିତୀୟ ତରଙ୍ଗ ପ୍ରଥମ ତରଙ୍ଗ ଅପେକ୍ଷା ଅଧିକ କ୍ଷତି ଘଟାଉଛି। ଦେଶର ଅନେକ ସହରରେ ଚିତ୍ରା ଦିନରାତି ଜଳୁଛି, ତେଣୁ ପ୍ରତିଦିନ ଆସୁଥିବା ସଂକ୍ରମଣର ପରିସଂଖ୍ୟାନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏବଂ ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ହାର କମୁନାହିଁ।
କିନ୍ତୁ ଅଶ୍ଵସ୍ତିକର କଥା ଏହା ଯେ ଗତ କିଛି ଦିନ ହେଲା ଲଗାତାର 4 ଲକ୍ଷରୁ ଅଧିକା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 81 ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 4106ଜଣଙ୍କ ମୃତ୍ୟୁ ହୋଇଛି ।
କିନ୍ତୁ ଉତ୍ତରାଖଣ୍ଡରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତଙ୍କ ମୃତ୍ୟୁ ଘଟି ଥିବା ଘଟଣା ଜଣା ପଡିଛି ଏ ନେଇ ସୋମବାର ରିଷିକେଶ ଏମ୍ସ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଉତ୍ତରାଖଣ୍ଡର ପ୍ରାୟ 15 ଜଣ କୋଭିଡ୍ ରୋଗୀଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ସେମାନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏବଂ ଉତ୍ତରାଖଣ୍ଡରେ ବ୍ଲାକ୍ ଫଙ୍ଗସର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି ଯାହା ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।