ଜନ୍ମଦିନର କିଛି ଦିନ ପରେ କରୋନା ଛଡ଼ାଇ ନେଲା ଯାଆଁଳା ଭାଇଙ୍କ ଜୀବନ, ଏକାଠି ଆସିଥିଲେ ଚାଲିଗଲେ ବି ଏକାଠି

Twins brothers who celebrated their 24th birthday on april 23 passed away

Meerut : ଦୁଇ ଘଣ୍ଟା ମଧ୍ୟରେ ଦୁଇ ପୁଅ କୋଭିଡ -19 ସହ ଲଢେଇ କରିବା ପରେ ଯାଆଁଳା ଭାଇଙ୍କ ଜୀବନ ଚାଲିଗଲା। ବାପା ମାଆଙ୍କ ଆଖିଆଗରେ ଦୁନିଆରୁ ବିଦା ହେଇଗଲେ ଯାଆଁଳା ପୁଅ। ଉତ୍ତରପ୍ରଦେଶର ମେରଠରେ ଘଟିଛି ଏଭଳି ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ମେରଠରେ ରହୁଥିବା ଗ୍ରେଗରୀ ରେମଣ୍ଡ ରାଫେଲଙ୍କ ୨ ଯାଆଁଳା ପୁଅ ଜୋଫ୍ରେଡ ବର୍ଗିଜ ଗ୍ରେଗରୀ (Joefred Varghese Gregory) ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗରୀ (Ralfred George Gregory) ପେସା ରେ ଇଞ୍ଜିନିୟର ଥିଲେ । 24 ଏପ୍ରିଲରେ ହାଇଦ୍ରାବାଦରେ ମାରାତ୍ମକ ଭୁତାଣୁ ସଂକ୍ରମିତ ହୋଇଥିଲେ ଯେଉଁଠାରେ ସେମାନେ କମ୍ପ୍ୟୁଟର ଇଞ୍ଜିନିୟରିଂ ସମାପ୍ତ କରିବା ପରେ କାର୍ଯ୍ୟ କରୁଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆ (TOI) ରିପୋର୍ଟ ଅନୁଯାୟୀ, କୋଭିଡ -19 ସହ ସଂଘର୍ଷ କରିବା ପରେ ଉଭୟ ମେ 13 ଓ 14 ତାରିଖରେ ମାତ୍ର କିଛି ଘଣ୍ଟା ପରେ ଆଗ ପଛ ହୋଇ ଦୁର୍ଭାଗ୍ୟବଶତଃ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଯାଆଁଳା ଭାଇ।

ସୂଚନା ଯୋଗ୍ୟ ଯେ ଏପ୍ରିଲ୍ 23 ରେ, ଦୁହେଁ ସେମାନଙ୍କର 24 ତମ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନର ପରଦିନ 24 ଏପ୍ରିଲରେ ଉଭୟ କରୋନାର ଶିକାର ହୋଇଥିଲେ । ଘରେ କିଛି ରହି ଚିକିତ୍ସାରେ ପ୍ରଥମେ ଦୁହିଁଙ୍କ ରିପୋର୍ଟ ମେ 10 ତାରିଖରେ ନେଗେଟିଭ ଆସିଥିଲା, କିନ୍ତୁ ପରବର୍ତୀ ସମୟରେ ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଚିକିତ୍ସା ଚାଲିଥିଲା କିନ୍ତୁ କିଏ ଜାଣିଥିଲେ ଏହା ତାଙ୍କ ଶେଷ ଜନ୍ମ ଦିନ ହେବ ବୋଲି, ଦୁଇ ପୁଅ ଙ୍କୁ ହରେଇ ସେମାନଙ୍କର ପିତାମାତା ଦୁଃଖରେ ଭାଙ୍ଗିପଡିଛନ୍ତି।

Leave a Reply

Your email address will not be published. Required fields are marked *