ଭୁବନେଶ୍ୱର : COVID-19 ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍ଡାଉନ୍ ର ଅବଧିକୁ ମଧ୍ୟ ଜୁନ 1 ତାରିଖ ସକାଳ 5 ଟା ଯାଏଁ ଥିବା ବେଳେ ବର୍ତମାନ 16 ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲକ୍ଡାଉନ୍ ଜୁନ 17 ସକାଳ 5 ଟା ଯାଏଁ ବଢାଯାଇଛି। ନୂଆ ଗାଇଡଲାଇନ୍ ଅନୁସାରେ ସକାଳ 6 ଘଣ୍ଟା ବଦଳରେ 4 ଘଣ୍ଟା 7 ଟାରୁ ସକାଳ 11 ଟା ଯାଏଁ ପନିପରିବା, କ୍ଷୀର ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ । ଅନ୍ୟପଟେ ସଂକ୍ରମଣ କମୁଥିବାରୁ 3 ଟି ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲା ରେ ଲକ୍ଡାଉନ୍ କୋହଳ କରାଯାଇଛି। ଏହି ତିନୋଟି ଜିଲ୍ଲାରେ ସକାଳ 7 ଟାରୁ ଦିନ 1 ଟା ଯାଏଁ ଦୋକାନ ଖୋଲା ରହିବ। ବାକି 27 ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ବର୍ତମାନର ସ୍ଥିତି ଗତବର୍ଷଠୁ ବି ଆହୁରି ଭୟାନକ ହୋଉଛି। କରୋନା ଭୁତାଣୁ ଏଥର ଅଧିକ ମାରାତ୍ମକ ରୂପ ନେଇଛି ଏବଂ ଦ୍ରୁତଗତିରେ ମାଡ଼ିବା ସହ ଅଧିକ ଜୀବନ ହାରୁଛନ୍ତି । ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ, ଟିକାକରଣ ସହ ଜରୁରୀକାଳୀନ ସେବା ଜାରି ରହିବ। ବ୍ୟାଙ୍କ ଖୋଲା ରହିବ। ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ । ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ, ଏହି ସମୟରେ ବସ୍ଚଳାଚଳ ଉପରେ ପ୍ରତିବନ୍ଧକ ରହିବ । ସମ୍ପୂର୍ଣ୍ଣ ବନ୍ଦ ରହିବ । ଏବଂ ସମସ୍ତ ଅଫିସ୍, ଦୋକାନ ବଜାର, ସପିଂ ମଲ୍, ସେଲୁନ୍ , ବାଣିଜ୍ୟିକ ପ୍ରତିଷ୍ଠାନ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ। ବ୍ୟାଙ୍କ ଖୋଲା ରହିବ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ତାଲିମ କାର୍ଯ୍ୟ ବନ୍ଦ ରହିବ । ଏବଂ ହୋମ ଡେଲିଭରି ଜାରି ରହିବ, ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କେବଳ ଟକ୍ ଆଓ୍ୱେ ବା ପାର୍ସଲ ନେଇପାରିବେ, ଏହି ସମୟରେ ସପ୍ତାହାନ୍ତ ସଟ୍ଡାଉନ୍ ଶୁକ୍ରବାର ସନ୍ଧ୍ୟା 6 ଟାରୁ ସୋମବାର 6 ଟା ଯାଏଁ କରାଯାଇଛି।