କାର୍ଲିଫର୍ଣ୍ଣିଆ : ସୋସିଆଲ ମିଡିଆରେ ଆମେରିକାର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ 17 ବର୍ଷର ଝିଅ ଭାଲୁ ସହିତ ସଂଘର୍ଷ କରୁଥିବା ଦେଖା ଦେଇଛି । କାରଣ ଭାଲୁ ନିଜ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଝିଅ ଟି ର ପୋଷା କୁକୁର ଉପରେ ଆକ୍ରମଣ କରିଥିଲା।
ଏହି ଭିଡିଓ କାଲିଫର୍ଣ୍ଣିଆର ଅଟେ । ଯେଉଁଥିରେ ଜଣେ 17 ବର୍ଷର ଝିଅ ଟି କୁକୁରକୁ ବଞ୍ଚାଇବା ପାଇଁ ଭାଲୁ ସହିତ ସଂଘର୍ଷ କରିଥିଲା। ଝିଅ ଟିର ନାମ ହେଲି ମୋରିନିକୋ, ଯାହାର ଭାଲୁ ସହିତ ମୁହାଁମୁହିଁ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ବାସ୍ତବରେ, ଭାଲୁ ତା ପିଲାମାନଙ୍କୁ ଧରି ହେଲିଙ୍କ ଘର ପଛପଟେ ଥିବା କାନ୍ଥ ଉପରେ ଆଣୁ ଥିଲା । ସେ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ହାଲୀଙ୍କ ପୋଷା କୁକୁରମାନେ ତା ଉପରେ ଭୁକି ବାକୁ ଲାଗିଲେ। ଏହା ପରେ ଭାଲୁ ଏକ କୁକୁର ଉପରେ ମଧ୍ୟ ଆକ୍ରମଣ କରିବାର ଦେଖାଯାଉଛି ଯାଉଛି ଯାହା ପରେ ହେଲି ଘର ଭିତରୁ ଭାହାରୀ ଭାଲୁ କୁ ଧକ୍କା ଦେଇଥିଲା ଯାହା ବର୍ତମାନ ଭାଇରଲ ହୋଇଛି ।
ହେଲି ଭାଲୁକୁ ଜୋରରେ ଠେଲିଦେଲା ଏବଂ ଭାଲୁ ତାର ସନ୍ତୁଳନ ହରାଇ ଆରପାତକୁ ଖସି ପଡିଥିଲା । ଏହା ପରେ ପୁଣି ଭାଲୁ କାନ୍ଥ ଉପରକୁ ଉଠୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏହି ଭିଡିଓ ଦେଖିଛନ୍ତି। ଏବଂ ଏହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।