ସଂସ୍କାର ବ୍ୟୁରୋ, (୧୧/୦୭) :- ଏକ ନୂଆ ରେକର୍ଡ ସୃଷ୍ଟି କରିବାର ଅଭିମ୍ମୁଖେ ଦୁନିଆର ବିସ୍ଫୋରକ ବ୍ୟଟ୍ସମ୍ୟାନ କ୍ରିସ୍ ଗେଲ୍। ସବୁବେଳେ ବିପକ୍ଷ ଦଳର ବୋଲରଙ୍କୁ ନିର୍ଧୂମ ଚେଛୁଥିବା ଏହି ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ ରଚିବାକୁ ଯାଉଛନ୍ତି ଆଉ ଏକ ଇତିହାସ। ଯାହାକି କ୍ରିକେଟ୍ ଇତିହାସରେ କେବେବି ହୋଇନାହିଁ।
ତେବେ ରେକର୍ଡ ହେଲା ଏହା ଯେ, ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ସିରିଜ୍ ଖେଳୁଛନ୍ତି। ଏହି ସିରିଜରେ ଯଦି ସେ ନିଜର ବ୍ୟାଟ୍ କୁ ଭଲ ଭାବେ ଚଲାଇବେ , ତାହା ହେଲେ ଏପରି ଏକ ସୁଯୋଗ ଅଛି ଯାହା ଏପର୍ଯ୍ୟନ୍ତ କୋଣସି ବ୍ୟାଟ୍ସମ୍ୟାନ୍ କରିନାହାଁନ୍ତି |
ତେବେ ରେକର୍ଡ ହେଲା ଏହା ଯେ, ଯଦି କ୍ରିସ୍ ଗେଲ୍ ଏହି ସିରିଜରେ ୪୬ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ସେ ଟି -୨୦ ଫର୍ମାଟରେ ୧୪ ହଜାର ରନ୍ ପୂରଣ କରିବେ | ଯାହା ପରେ କି କ୍ରିସ୍ ଗେଲ୍ ଟି -୨୦ ଫର୍ମାଟରେ ଏହି ରେକର୍ଡ ହାସଲ କରିବାରେ ଦୁନିଆର ପ୍ରଥମ ଖେଳାଳି ହେବେ |
ଏହି ଧାରାରେ ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଗେଲଙ୍କ କ୍ରିକେଟ୍ କ୍ୟାରିୟରର ରେକର୍ଡକୁ ଦେଖିବା, ତେବେ ସେ ୪୨୦ ଟି ଇନିଂସରେ ହାରାହାରି ୩୭.୭୧ ହାରରେ ୪୨୮ ଟି ମ୍ୟାଚ୍ ରେ ୧୩,୯୫୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୨ ଟି ଶତକ ଏବଂ ୮୬ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ହୋଇଛି | ଅନ୍ୟପଟେ ଗେଲଙ୍କ ଏହି ରେକର୍ଡର ନିକଟବର୍ତ୍ତୀ କୋଣସି ଖେଳାଳି ମଧ୍ୟ ନାହାଁନ୍ତି | କେବଳ ରନ୍ ମାମଲାରେ ଗେଲଙ୍କ ପଛକୁ ଅଛନ୍ତି ୱେଷ୍ଟଇଣ୍ଡିଜ୍ କ୍ରିକେଟର ଆଉ ଏକ ବିସ୍ଫୋରକ ଅଲରାଉଣ୍ଡର କିରନ୍ ପୋଲାର୍ଡ । , ପୋଲାର୍ଡ ଏଯାବତ୍ ୧୦ ହଜାର ୮୩୬ ରନ୍ ର ସ୍କୋର କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ତେବେ ଏଠାରେ ଆମେ ସୂଚନା ଦେବୁ ଯେ, ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ୫ଟି ଟି – ୨୦ ଏବଂ ୩ଟି ଦିନିକିଆ ଫର୍ମାଟର ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି।