କଳିଯୁଗର କୁମ୍ଭକର୍ଣ୍ଣ , ବର୍ଷକୁ ଶୁଅନ୍ତି ୩୦୦ ଦିନ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସଂସ୍କାର ବ୍ୟୁରୋ (୧୩/୦୭) :- ରାମାୟଣର କୁମ୍ଭକର୍ଣ୍ଣ ବିଷୟରେ ତ ଆପଣ ମାନେ ଜାଣିଥିବେ। ଯିଏକି ଲଙ୍କାର ରାଜା ରାବଣଙ୍କ ଭ୍ରାତା ଥିଲେ। ଆଉ ସେ ପ୍ରତି ୬ ମାସକୁ ଥରେ ନିଦରୁ ଉଠି ଖାଦ୍ୟ ପାନୀୟ ସେବନ କରି ପୁଣି ଶୋଇଯାଉଥିଲେ। କିନ୍ତୁ ଆପଣ ଏ କଳିଯୁଗର କୁମ୍ଭକର୍ଣ୍ଣକୁ କେବେ ଦେଖିଛନ୍ତି କି ଯିଏକି ଏକ ବର୍ଷରେ ଶୁଅନ୍ତି ୩୦୦ ଦିନ।

ଆଜ୍ଞା ହଁ, ଏପରି ଏକ ବିସ୍ମୟକର ଖବର ଆସିଛି ଆମ ଦେଶର ରାଜସ୍ଥାନ ରାଜ୍ୟରୁ। ରାଜସ୍ଥାନର ନାଗୌର ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ବର୍ଷରେ ୩୦୦ ଦିନ ଶୋଇଥାନ୍ତି। ସେ ଶୋଇଥିବା ସମୟରେ ହିଁ ପରିବାର ସଦସ୍ୟ ତାଙ୍କୁ ଖାଇବାକୁ ଦିଅନ୍ତି | କେବଳ ଏତିକି ନୁହେଁ, ଏହି ବ୍ୟକ୍ତିଙ୍କ ଆଖପାଖର ଲୋକମାନେ ତାଙ୍କୁ ‘କଳିଯୁଗର କୁମ୍ଭକର୍ଣ୍ଣ ‘ ବୋଲି ଡାକନ୍ତି।

କିନ୍ତୁ ଏହି ବ୍ୟକ୍ତି ଜଣକ ଏତେ ସମୟ ଧରି ଶୋଇବା ପଛରେ ରହିଛି ଏକ କାରଣ। ରାଜସ୍ଥାନର ନାଗୌର ଜିଲ୍ଲାରେ ରହୁଥିବା ୪୨ ବର୍ଷୀୟ ପୁରଖରାମ ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ଏହି ରୋଗ ହେତୁ ଥରେ ସେ ଶୋଇପଡିଲେ ଅନେକ ଦିନ ପର୍ଯ୍ୟନ୍ତ ଉଠି ପାରନ୍ତି ନାହିଁ। ଅନ୍ୟପଟେ ପରିବାର ସଦସ୍ୟ ତାଙ୍କୁ ଜାଗ୍ରତ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ |

ପୁରାରାମଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେ ଯଦି ଥରେ ଶୁଅନ୍ତି ତେବେ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ଉଠନ୍ତି ନାହିଁ | ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ପୁରାରାମଙ୍କୁ ଯେତେବେଲେ ୨୩ ବର୍ଷ ହୋଇଥିଲା ସେବେଠୁ ଏହି ରୋଗ ଆରମ୍ଭ ହୋଇଥିଲା | ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରଖରାମ ୫ ରୁ ୭ ଦିନ ଶୋଉଥିଲେ କିନ୍ତୁ ଧୀରେ ଧୀରେ ପୁରଖରାମଙ୍କ ଶୋଇବା ସମୟ ବୃଦ୍ଧି ପାଇଲା | ବର୍ତ୍ତମାନ ପୁରଖାମ ଏକ ମାସରେ ୨୫ ଦିନ ଶୋଇଥାନ୍ତି | ଅନ୍ୟପଟେ ଡାକ୍ତରମାନେ ଏହାକୁ ଏକ ବିରଳ ରୋଗ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *