ସଂସ୍କାର (୧୬/୦୭) :- କିପରି ଇନଷ୍ଟାଗ୍ରାମରେ ସେଲିବ୍ରିଟିମାନେ ରୋଜଗାର କରନ୍ତି? ଇନଷ୍ଟାଗ୍ରାମରେ କାହାର ରୋଜଗାର କେତେ ? ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକାଂଶ ବ୍ୟକ୍ତିବିଶେଷ ସକ୍ରିୟ ହୋଇସାରିଲେଣି । ଏହି କ୍ରମରେ ଡିଜିଟାଲ ନେଟୱର୍କିଂ ଓ ଡିଜିଟାଲ ମାର୍କେଟିଂ ମାଧ୍ୟମରେ ଅନେକ ବ୍ୟକ୍ତିବିଶେଷ ବହୁତ ଟଙ୍କା ରୋଜଗାର ମଧ୍ୟ କରନ୍ତି।
ତେବେ ଆଜି ଆମେ ଆପଣମାନଙ୍କୁ କହିବୁ ଖେଳାଳି, ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ପ୍ଲାଟଫୋର୍ମ ଇନଷ୍ଟାଗ୍ରାମ ମାଧ୍ୟମରେ କିପରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ଓ କେଉଁ ଖେଳାଳି ତଥା ସେଲିବ୍ରିଟି ଏହି ଲିଷ୍ଟର ଶ୍ରୀସରେ ଅଛନ୍ତି ଆଉ ଆମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମ ଦ୍ୱାରା କେତେ ଟଙ୍କା ଆୟ କରନ୍ତି ଓ ସେ ଇନଷ୍ଟାଗ୍ରାମ ଦ୍ୱାରା ଟଙ୍କା ରୋଜଗାର କରିବାରେ କେତେ ନମ୍ବର ସ୍ଥାନରେ ଅଛନ୍ତି।
ସୋସିଆଲ ମିଡିଆ ମାର୍କେଟିଂ ଫାର୍ମ ହପର୍ HQ ବା HopprHQ.com ର ରିପୋର୍ଟ ଅନୁଯାୟୀ , ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଇନଷ୍ଟାଗ୍ରାମରେ ବିଜ୍ଞାପନ ରୁ ସର୍ବାଧିକ ରୋଜଗାର ପ୍ରାପ୍ତ ସେଲିବ୍ରିଟି । ସେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଉପଲୋଡ କରିବା ପାଇଁ ୧.୬ ମିଲିୟନ ଡ଼ଲାର ନିଅନ୍ତି। ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୧୨ କୋଟି ଟଙ୍କା ହେବ । ସେ ଏହି ଟଙ୍କା କେବଳ ବିଜ୍ଞାପନ ପୋଷ୍ଟ ଉପଲୋଡ କରିବା ପାଇଁ ନେଇଥାନ୍ତି ।
ହପର୍ HQ ରିପୋର୍ଟ ଅନୁଯାୟୀ, 5 ଥର ବଲନ୍ ଡି’ଅର୍ ବିଜେତା ରୋନାଲଡୋଙ୍କ ପାଖାପାଖି କୌଣସି ଖେଳାଳି ତଥା ସେଲିବ୍ରିଟି ନାହାଁନ୍ତି | ଏହି ମାମଲାରେ ହଲିଉଡ ଅଭିନେତା ଡୱେନ ଜନସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜନସନ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ପୋଷ୍ଟ କରିବା ପାଇଁ ୧୧.୩ କୋଟି ଟଙ୍କା ନେଇଥାନ୍ତି। ସେହିପରି, ପପ୍ ଷ୍ଟାର୍ ଆରିନା ଗ୍ରାଣ୍ଡ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି | ସେ ଏକ ବିଜ୍ଞାପନ ପୋଷ୍ଟରୁ ପ୍ରାୟ ୧୧.୨ କୋଟି ଟଙ୍କା ନିଅନ୍ତି।

ଏବେ ଜାଣିବା ଆମ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମ ଦ୍ୱାରା କେତେ ଟଙ୍କା ଆୟ କରନ୍ତି ଓ ସେ କେତେ ନମ୍ବର ସ୍ଥାନରେ ଅଛନ୍ତି। ତେବେ ଭାରତର ଷ୍ଟାର କ୍ରିକେଟର ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏହି ତାଲିକାରେ ୧୯ ନମ୍ବରରେ ଅଛନ୍ତି। ବିରାଟ ଇନଷ୍ଟାଗ୍ରାମରେ ଗୋଟିଏ ବିଜ୍ଞାପନ ପୋଷ୍ଟରୁ ୫.୦୭ କୋଟି ଟଙ୍କା ରୋଜଗାର କରୁଛନ୍ତି।
ତେବେ ମୋଟମୋଟି ଭାବରେ କହିବାକୁ ଗଲେ, ଏହି ତାଲିକାରେ ଲିଓନେଲ ମେସି, କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ରହିଛନ୍ତି | ମେସି ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ପୋଷ୍ଟରୁ ପ୍ରାୟ ୮.୬ କୋଟି ରୋଜଗାର କରନ୍ତି |
ତେବେ ୪୦୦ ଜଣ ସେଲିବ୍ରିଟି ତାଲିକାରେ ବିରାଟ କୋହଲି ଏକମାତ୍ର ଭାରତୀୟ ଖେଳାଳି।ଏହି ତାଲିକାରେ ଅଧିକାଂଶ ଫୁଟବଲ ତାରକାଙ୍କ ନାମ ରହିଛି।
ଏହି ତାଲିକାରେ କେବଳ ୬ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ବିରାଟଙ୍କ ବ୍ୟତୀତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଇନଫ୍ୟୁଲେନସର୍ କୃତିକା ଖୁରାନା ଏବଂ ଆଶାନ ଶୋରଫ ଫଟୋଗ୍ରାଫର ବରୁଣ ଆଦିତ୍ୟ ଏବଂ ଫୂଡ଼ ବ୍ଲଗର ଏବଂ ସାଉଥ ଇଣ୍ଡିଆର ସୁପରଷ୍ଟାର ଭେଙ୍କଟେଶଙ୍କ ଝିଅ ଆଶ୍ରିତ ଡଗବୁଟି ମଧ୍ୟ ଅଛନ୍ତି।