ସଂସ୍କାର :- ସାପ ଧରିବା କିମ୍ବା ପାଳିବା ଏକ ବିପଜ୍ଜନକ କାର୍ଯ୍ୟ | ସେଥିରେ ଯଦି ଆପଣ ସାପ ସହିତ କିଛି ଖେଳ ଖେଳିବାକୁ ଚେଷ୍ଟା କଲେ , ତେବେ ଆପଣଙ୍କ ଅବସ୍ଥା କଣ ହେବ କେବେ ଚିନ୍ତା କରିଛନ୍ତି କି? ନିକଟରେ ଏଭଳି ଏକ ଘଟଣା ଭାଇରଲ୍ ହେଉଛି ଯାହା ବିଷୟରେ ଆପଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଘଟଣା କ୍ରମ ଏହା ଯେ, ଫିଲିପାଇନ୍ସର ଜଣେ ସାପ ବିଶେଷଜ୍ଞ ଦୁନିଆର ସାପ ସବୁଠାରୁ ବିଷାକ୍ତ ସାପ କୋବ୍ରା ସହିତ ଖେଳୁଥିଲେ।ଯାହା ତାଙ୍କ ପାଇଁ ଏକ କାଳ ହୋଇଗଲା।
ଫିଲିପାଇନ୍ସର ପଙ୍ଗାସିନାନର ଜଣେ ସାପ ବିଶେଷଜ୍ଞ ଜନତାଙ୍କ ସାମ୍ନାରେ ଏକ କୋବ୍ରା ସାପକୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସାପ ତାଙ୍କୁ କାମୁଡ଼ି ଦେଇଥିଲା ଏବଂ ସେଠାରେ ସେ ସାପକୁ ଚୁମ୍ବନ ଦେଉଥିବା ସାପ ବିଶେଷଜ୍ଞଙ୍କ ମୃତ୍ୟୁ ହୋଇଗଲା। ଏହି ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ କ୍ରୋଧିତ ହୋଇ ସାପଟିକୁ ମଧ୍ୟ ହତ୍ୟା କରିଦେଲେ ।
ତେବେ ଏହି ଘଟଣା ପୂର୍ବରୁ ୬୨ ବର୍ଷୀୟ ବର୍ନାର୍ଡୋ ଆଲଭରେଜ୍ ଯାହାର କି ମୃତ୍ୟୁ ହୋଇସାରିଛି ସେ ଦାବି କରିଥିଲେ ଯେ, ସେ ସାପର ବିଷକୁ ‘ପ୍ରତିରୋଧକ’ କରିପାରିବେ । ଏହା କହି ସେ ଏକ ବିଷାକ୍ତ କୋବ୍ରା ସାପ କୁ ଉଠାଇଲେ ଏବଂ ଜନତାଙ୍କ ସାମ୍ନାରେ ଚୁମ୍ବନ ଦେଲେ | ତାପରେ ଆଲଭରେଜ ଯେତେବେଳେ ସାପ ଟିକୁ ପାଟି ଭିତରକୁ ନେଲେ ଠିକ ସେହି ସମୟରେ ସାପଟି ଆଲଭରେଜଙ୍କ ଜିଭକୁ କାମୁଡି ଦେଲା। ଏହା ପରେ ପରେ ସେଠାରେ ଆଲଭରେଜ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପୋଲିସ ଏବଂ ଡାକ୍ତରୀ କର୍ମଚାରୀ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ଆଲଭାରେଜଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା।