ସଂସ୍କାର :- ପ୍ରେମ, ପ୍ରେମ ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସକରାତ୍ମକ ଭାବପ୍ରବଣତା ଯାହାକି ମନୁଷ୍ୟ ର ମାନସିକ ସ୍ଥିତିକୁ ସୁଦୃଢ଼ କରେ | ଅତ୍ୟଧିକ ପ୍ରେମ ଦ୍ୱାରା ଉତ୍କୃଷ୍ଟ ଗୁଣ, ଭଲ ଅଭ୍ୟାସ, ସରଳ ଆନନ୍ଦ ପ୍ରାପ୍ତ ହୋଇଥାଏ। ସାଧାରଣ ଭାଷାରେ କହିଲେ ପ୍ରେମ ଏକ ଦୃଢ଼ ଆକର୍ଷଣ ଏବଂ ଭାବପ୍ରବଣତାର ଭାବନାକୁ ବୁଝାଏ।
ଅନ୍ୟପଟେ ପ୍ରେମ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ବୋଲି ବିବେଚନା କରାଯାଏ। ଅନ୍ୟର୍ଥରେ ପ୍ରେମ ସହିତ ମନୁଷ୍ୟର ଦୟା, କରୁଣା, ଏବଂ ସ୍ନେହକୁ ପ୍ରତିପାଦିତ କରାଯାଏ, ଯେପରି ଅନ୍ୟର ମଙ୍ଗଳ ପାଇଁ ନିଜେ ସ୍ୱାର୍ଥପର ନ ହୋଇ ବିଶ୍ୱସ୍ତ ଏବଂ ଦୟାଳୁ ଚିନ୍ତା ଧାରା ରଖିବା ଆବଶ୍ୟକ। ପ୍ରେମ ଅନ୍ୟ ମଣିଷ, ନିଜସ୍ବ କିମ୍ବା ପଶୁ ପ୍ରତି ଦୟାଳୁ ଏବଂ ସ୍ନେହପୂର୍ଣ୍ଣ କାର୍ଯ୍ୟକୁ ବର୍ଣ୍ଣନା କରିଥାଏ।
ପ୍ରେମ ର ବିଭିନ୍ନ ପ୍ରକାରର ରୂପ ରହିଛି, ପ୍ରେମ ପାରସ୍ପରିକ ସମ୍ପର୍କର ଏକ ପ୍ରମୁଖ ସୁବିଧାକାରୀ ଭାବରେ କାର୍ଯ୍ୟ କରିଥାଏ ଏବଂ ଏହାର କେନ୍ଦ୍ରୀୟ ମାନସିକ ଗୁରୁତ୍ୱ ହେତୁ ସୃଜନଶୀଳ କଳାର ଅନ୍ୟତମ ସାଧାରଣ ବିଷୟବସ୍ତୁ ଅଟେ |

ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନେ ପ୍ରେମର ୫ଟି ରୂପ ଚିହ୍ନଟ କରିଥିଲେ; ଯେପରିକି ପାରିବାରିକ ପ୍ରେମ * familial love) , ବନ୍ଧୁତ୍ୱ ଗତ ପ୍ରେମ ( friendly love ), ଆକର୍ଷଣ ପ୍ରେମ ( romantic love) , ନିଜେ ନିଜକୁ ଭଲ ପାଇବା ( self-love) , ଭଗବାନଙ୍କୁ ଭଲ ପାଇବା (God Love or divine love) । ମାତ୍ର ଆଧୁନିକ ଲେଖକମାନେ ପ୍ରେମର ପ୍ରକାରକୁ ବିଭିନ୍ନ ଭାଗରେ ପୃଥକ କରିଛନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରେମ ଓ ଭାବନା ଉପରେ ଅନୁସନ୍ଧାନ ର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି | ପ୍ରେମର ତ୍ରିକୋଣୀୟ ସିଦ୍ଧାନ୍ତ ସୂଚିତ କରେ ଯେ “ଅନ୍ତରଙ୍ଗତା, ଉତ୍ସାହ ଏବଂ ପ୍ରତିବଦ୍ଧତା” ହେଉଛି ପ୍ରେମର ମୂଳ ଉପାଦାନ |