ସଂସ୍କାର :- ଦିନକୁ ଦିନ ବଢୁଛି ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପାଇଁ ଅଢୁଆ। ଗତ ସୋମବାର ଦିନ ମୁମ୍ବାଇ ପୋଲିସ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିବା ଦିନଠୁ ତାଙ୍କ ନାମରେ ଖୋଲୁଛି ନୂଆ ନୂଆ ଗୁମର କଥା। ଏହି କ୍ରମରେ ଅଶ୍ଳୀଳ ବା ପର୍ଣ୍ଣ ଚଳଚ୍ଚିତ୍ର ତିଆରି କରିବା ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଜୁଲାଇ 2୩ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ରିମାଣ୍ଡରେ ରହିଛନ୍ତି। ତେବେ କୋର୍ଟ ରାଜଙ୍କୁ ମୁମ୍ବାଇ ପୋଲିସର ରିମାଣ୍ଡରେ ପଠାଇଥିବା ବେଳେ, ରାଜଙ୍କ ମୋବାଇଲ୍ ଫୋନର ଫୋରେନସିକ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଏବଂ ଏହି ବଲିଉଡରେ ପର୍ଣ୍ଣ ଚଳଚିତ୍ର ତିଆରି କରିବା ମାମଲା ସାମ୍ନାକୁ ଆସିବା ପରେ ବଲିଉଡର ମାହୋଲ ବର୍ତ୍ତମାନ ଉଠୁଛି ଆଉ ପଡୁଛି । ରାଜ କୁନ୍ଦ୍ରଙ୍କ ଏହି ଅଶ୍ଳୀଳ ଚଳଚ୍ଚିତ୍ରର କାରବାର ଦୀର୍ଘ ସମୟ ଧରି ଚାଲିଥିଲା | ତେବେ କୁନ୍ଦ୍ରା ଗିରଫ ନ ହେଉଣୁ ଚଳିତ ବର୍ଷ ଫେବୃଆରୀରେ ଜଣେ ମଡେଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ଫିଲ୍ମରେ ଅଡିସନ୍ ଦେବା ପାଇଁ ରାଜ୍ କୁନ୍ଦ୍ରା ମୋତେ ନଗ୍ନ ହୋଇ ଅଙ୍ଗ ପ୍ରଦର୍ଶନ କରିବାକୁ କହୁଥିଲେ। ଆର୍ଥତ୍ ରାଜ୍ କୁନ୍ଦ୍ରା ନଗ୍ନ ଅଡିସନ ଦାବି କରୁଥିବା ଅଭିଯୋଗ କରିଛନ୍ତି ଏହି ସୁନ୍ଦରୀ ମଡେଲ ଜଣକ। ତେବେ ସେ ମଡେଲଙ୍କ ନାମ ହେଲା ସାଗରିକା ଶୋନା ସୁମନ।
ରାଜ କୁନ୍ଦ୍ରାଙ୍କର ଏହି ବିବାଦ ତାଙ୍କ ପାଇଁ ନୂଆ ନୁହଁ। ରାଜ୍ ଙ୍କ ଏହି କାରବାର ଦୀର୍ଘ ସମୟ ଧରି ରହିଛି | ଚଳିତ ବର୍ଷ ଫେବୃଆରୀରେ ମଡେଲ ତଥା ଅଭିନେତ୍ରୀ ସାଗରିକା ଶୋନା ସୁମନ ଗଣମାଧ୍ୟମ ସାମ୍ନାକୁ ଆସି ରାଜ କୁନ୍ଦ୍ରାଙ୍କୁ ତାଙ୍କଠାରୁ ନଗ୍ନ ଅଡିସନ ମାଗିଥିଲେ ବୋଲି କହିଥିଲେ। ତେବେ ସାଗାରିକା ବର୍ତ୍ତମାନ କହିଛନ୍ତି ଯେ ରାଜ କୁନ୍ଦ୍ରା ଏକ ଅଶ୍ଳୀଳ ର୍ୟାକେଟର ଅଂଶ ଏବଂ ତାଙ୍କୁ ଗିରଫ କରାଯିବା ଉଚିତ୍।
ସାଗାରିକା ଶୋନା ସୁମନ କହିଛନ୍ତି ଯେ ଉମେଶ କାମତ ମୋତେ ରାଜ କୁଣ୍ଡ୍ରାଙ୍କ ମାଧ୍ୟମରେ ଡାକି ଏକ ୱେବ୍ ସିରିଜରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ଅଡିସନ ନାମରେ ଏକ ଭିଡିଓ କଲ୍ ରେ ନଗ୍ନ ଅଡିସନ୍ ଦେବାକୁ କହିଥିଲେ। ଅର୍ଥାତ୍ ନଗ୍ନ ହୋଇ ଅଙ୍ଗ ପ୍ରଦର୍ଶନ କରିବାକୁ ମୋତେ କହିଥିଲେ। ସାଗାରିକାଙ୍କ କହିବା ଅନୁଯାୟୀ, ସେହି ସମୟରେ ଅନ୍ୟ ଏକ କଲ୍ ରେ ଆଉ ୩ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଉମେଶ କାମାଟ, ସାଗାରିକା ଅନ୍ୟ ଜଣଙ୍କ ବିଷୟରେ ଜାଣି ନଥିଲେ କିନ୍ତୁ ସାଗାରିକା ଅନୁଯାୟୀ ତୃତୀୟ ବ୍ୟକ୍ତି ରାଜ କୁନ୍ଦ୍ରା ଥିଲେ। ସାଗାରିକା କହିଛନ୍ତି ଯେ ଅଡିସନ ପାଇଁ କୌଣସି ସ୍କ୍ରିପ୍ଟ ଦିଆଯାଇନଥିଲା , ତାଙ୍କୁ ସିଧାସଳଖ କୁହାଯାଇ ଥିଲା ନଗ୍ନ ହୋଇ ଅନଲାଇନ ଆସ । ଆମେ ତୁମର ନଗ୍ନତାକୁ ଦେଖିବୁ ।
ସାଗାରିକା ଆହୁରି ମଧ୍ୟ ଶୋନା କହିଛନ୍ତି ଯେ , ଏହି କାମ ପାଇଁ ସେମାନେ ପ୍ରତ୍ୟେକ ଅଧ ଘଣ୍ଟା ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଝିଅମାନଙ୍କର ଅସହାୟତାକୁ ଏହି ଲୋକମାନେ ବ୍ୟବହାର କରୁଛନ୍ତି ଏବଂ ଝିଅମାନେ ନ ମାନିଲେ ସେମାନଙ୍କ ଉପରେ ଚାପ ମଧ୍ୟ ପକାଉଛନ୍ତି | ସାଗରିକା ଚାହୁଁଛନ୍ତି ଯେ ରାଜକୁନ୍ଦ୍ର ଗିରଫ ହେବା ପରେ ବର୍ତ୍ତମାନ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବା ଉଚିତ୍। ସାଗାରିକା ବ୍ୟତୀତ ପୁଣମ୍ ପାଣ୍ଡେ ଏବଂ ଅଭିନେତ୍ରୀ ଶେରଲିମ୍ ଚୋପ୍ରା ମଧ୍ୟ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।