୨୦୩୨ ଅଲିମ୍ପିକ୍ ଆୟୋଜନ ; ଘୋଷଣା କଲା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି

ସଂସ୍କାର :- ୨୩ ଜୁଲାଇ ଠାରୁ ଆରମ୍ଭ ହୋଇଯାଇଛି ଆଥେଲେଟିକ୍ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍- ୨୦୨୧ । ଗୋଟିଏ ବର୍ଷ ପଛକୁ ଯାଇ ଅର୍ଥାତ୍ ୨୦୨୦ ମସିହାରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା କରୋନା କାରଣରୁ ଗୋଟିଏ ବର୍ଷ ବିଳମ୍ବରେ ହେଲା। ୨୦୩୨ ମସିହାରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଆୟୋଜନ କରିବ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ହେବ ୨୦୩୨ ମସିହାର ଅଲିମ୍ପିକ୍। ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ବୁଧବାର ଏହି ଘୋଷଣା କରିଛି। ଭବିଷ୍ୟତରେ ବ୍ରିସବେନର ଗାବା ଷ୍ଟାଡିୟମକୁ ଏକ ଅଲିମ୍ପିକ ଷ୍ଟାଡିୟମରେ ପରିଣତ କରାଯିବ। ଏହି ଷ୍ଟାଡିୟମ ନିକଟରେ ଏକ ଅଣ୍ଡରଗ୍ରାଉଣ୍ଡ ରେଳ ଷ୍ଟପ୍ ମଧ୍ୟ ନିର୍ମାଣ ହେବ |

ଅଷ୍ଟ୍ରେଲିଆ ତୃତୀୟ ଥର ପାଇଁ ଗ୍ରୀଷ୍ମ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବ | ଏହାପୂର୍ବରୁ ୧୯୫୬ ମସିହାରେ ମେଲବୋର୍ଣ୍ଣ ଏବଂ ୨୦୦୦ ମସିହାରେ ସିଡନୀରେ ଅଲିମ୍ପିକ୍ ଗେମ୍ସ ଅନୁଷ୍ଠିତ ହୋଇଥିଲା | ତେବେ ଏହା ପୂର୍ବରୁ ଆମେରିକା ୪ ଥର ଗ୍ରୀଷ୍ମ ଅଲିମ୍ପିକ୍ ଏବଂ ବ୍ରିଟେନ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଥର ଗ୍ରୀଷ୍ମ ଅଲିମ୍ପିକ୍ ଆୟୋଜନ କରିଛି | ଫ୍ରାନ୍ସ, ଜର୍ମାନୀ ଏବଂ ଗ୍ରୀସରେ ଦୁଇଥର ଲେଖାଏଁ ଗ୍ରୀଷ୍ମ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି | ଅନ୍ୟପଟ ୨୦୨୪ ମସିହାରେ ହେବାକୁ ଥିବା ଗ୍ରୀଷ୍ମ ଅଲମ୍ପିକ ଫ୍ରାନ୍ସ ଆୟୋଜନ କରିବ।

ତେବେ ଭାରତ ସମେତ ଅନ୍ୟ କେତେକ ଦେଶ ମଧ୍ୟ ୨୦୩୨ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ଆଗ୍ରହ ଦେଖାଇଥିଲେ | ଏଥିରେ ଇଣ୍ଡୋନେସିଆ, କାତାର, ସ୍ପେନ୍ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ ଥିଲା | ସେମାନଙ୍କର ଦାବି ଆଇଓସିର ବୋର୍ଡ ମୋହର ମାରିନଥିଲା। ଶେଷରେ ଅଷ୍ଟ୍ରେଲିଆ ବ୍ରିସବେନ୍ ୨୦୩୨ ଅଲିମ୍ପିକ୍ ଗେମ୍ସ ଆୟୋଜନ କରିବାକୁ ଅନୁମତି ପାଇଲା | ଅନ୍ୟପକ୍ଷରେ ଭବିଷ୍ୟତରେ ୨୦୩୬ ମସିହାର ଅଲିମ୍ପିକ୍ ଗେମ୍ସ ପାଇଁ ଭାରତ ଏକ ଦୃଢ ଦାବି କରିବ | ଏହି କ୍ରମରେ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଗୁଜୁରାଟର ଅହମ୍ମଦାବାଦକୁ ଏକ ଅଲିମ୍ପିକ୍ ଆୟୋଜକ ସହର ଭାବରେ ଉପସ୍ଥାପନ କରାଯାଇପାରିବ।

Leave a Reply

Your email address will not be published. Required fields are marked *