ସରକାରୀ ଚାକିରି ଆଳରେ 2 ଲକ୍ଷ ଟଙ୍କା ସହ ଲୁଟିନେଲା ଇଜ୍ଜତ, ଜୁସ୍ ରେ ନିଷା ଔଷଧ ଦେଇ କଲା ଏଭଳି ନିନ୍ଦନୀୟ କାମ

2 lakh taken with the lure of government job, raped by unconsciousness In Saharanpur UP

ସହାରନପୁର : ଦେଶର ବିଭିନ୍ନ ରାଜ୍ୟରେ ଚୋରି, ଡକାୟତି, ହତ୍ୟା ଏବଂ ଅପହରଣ ପରି ଘଟଣା ଜାରି ରହିଥିବା ଆପଣ ନିଶ୍ଚୟ ଶୁଣିଥବେ । ଏମାନଙ୍କ ବ୍ୟତୀତ ଆଜିକାଲି ସର୍ବାଧିକ ସଂଖ୍ୟକ ବଳାତ୍କାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ୟୁପିର ସହାରନପୁରରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ବଳାତ୍କାର ସହିତ ଜଣେ ଝିଅ ଙ୍କ ଠାରୁ 2 ଲକ୍ଷ ଟଙ୍କା ମଧ୍ୟ ଠକି ନିଆଯାଇଛି।

ସହାରନପୁରର ଏସ୍.ପି. ଅଫିସରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ତାଙ୍କ ମା ଏବଂ ଭାଇଙ୍କ ସହ ଆସିଥିବା ଜଣେ ଯୁବତୀ ହଠାତ୍ ମୁଣ୍ଡ ବୁଲାଇବା ପରେ ତଳେ ପଡ଼ିଯାଇଥିଲେ । କିଛି ସମୟ ପରେ, ଚେତା ଫେରି ପାଇବା ପରେ ଝିଅ ଟି ତାଙ୍କ ପରିବାର ସହିତ ଏସ୍ ପି ​​ସିଟି ରାଜେଶ କୁମାର ସିଂଙ୍କୁ ଭେଟି ତାଙ୍କ ସହ ଘଟିଥିବା ଘଟଣା କୁ ନିଜେ ବର୍ଣ୍ଣନା କରିଥିଲେ।

ଝିଅ ଟି କହିବା ଅନୁଯାୟୀ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଘରେ ବହୁତ ଅସୁବିଧା ହେଉଛି। ଯେଉଁଥିପାଇଁ ଘରର ମୌଳିକ ଆବଶ୍ୟକତା ମଧ୍ୟ ପୂରଣ ହେଉ ନଥିଲା। କିନ୍ତୁ ସେ ଚାକିରି ପାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ଚାକିରି ମଧ୍ୟ ଖୋଜୁଥିଲେ। ଏହି ସମୟ ମଧ୍ୟରେ ସେ ଅମିତ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଜିଲ୍ଲା କୋର୍ଟରେ ଝିଅକୁ ଚାକିରି କରାଇଦେବା ବିଷୟରେ ଅମିତ କହିଥିଲେ। ସରକାରୀ ଚାକିରି ପାଇବା ଆଶାରେ ଝିଅ ତାଙ୍କୁ 2 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲା।

ଏହିପରି, ସେମାନଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ସୃଷ୍ଟି ହୋଇଯାଇ ଥିଲା ଏବଂ ଅମିତ ଝିଅ ର ଘରକୁ ଯିବା ଆସିବା ମଧ୍ୟ ଆରମ୍ଭ କରୁଥିଲେ। ଏହି ସମୟରେ, ଦିନେ ଅମିତ ଜୁସ୍ ରେ ନିଷା ଔଷଧ ମିଶାଇ ଝିଅ କୁ ଦେଇଥିଲା, ଝିଅ ଚେତାଶୂନ୍ୟ ହେବା ମାତ୍ରେ, ତା’ପରେ ଚେତାଶୂନ୍ୟ ଅବସ୍ଥାରେ ଅମିତ ତାଙ୍କୁ ବଳାତ୍କାର କରି ଭିଡିଓ ତିଆରି କରି ବ୍ଲାକମେଲ କରିବା ଆରମ୍ଭ କରିଥିଲା ଏବଂ ପରେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ବାରଂମ୍ବାର ଯୌନ ଶୋଷଣ କରୁଥିଲା।

ଝିଅନ ଏହା ମଧ୍ୟ କହିଛି ଯେ ଅମିତ ନିଜକୁ ଏକ ଟିଭି ଚ୍ୟାନେଲର ସାମ୍ବାଦିକ ଭାବରେ ପରିଚୟ କରିଥିଲେ ଏବଂ ଲଗାତାର ଝିଅ ଙ୍କ ପରିବାର ସଦସ୍ୟଙ୍କୁ ଧମକ ମଧ୍ୟ ଦେଉଥିଲେ । ହେଲେ ବର୍ତମାନ ପୀଡିତା ନ୍ୟାୟ ପାଇଁ ଏସପି ସିଟିରେ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ଏସପି ସିଟି ରାଜେଶ କୁମାର ସିଂ ପୀଡିତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ କରାଯିବ ଏବଂ ସେମାନଙ୍କ ପ୍ରତି ନ୍ୟାୟ ଦିଆଯିବ। ଏହି ମାମଲାରେ ଝିଅର ଡାକ୍ତରୀ ପରୀକ୍ଷା କରାଯିବ ଏବଂ ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସିଟି କହିଛନ୍ତି।

Leave a Reply

Your email address will not be published. Required fields are marked *