ସଂସ୍କାର : ରସିକିଆ ଟ୍ୟୁସନ୍ ମାଷ୍ଟ୍ରେ । ପାଠ ପଢ଼ିବା ପାଇଁ ଆସୁଥିବା ପ୍ରତ୍ୟେକ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିୁଥିଲେ ଟ୍ୟୁସନ୍ ମାଷ୍ଟ୍ରେ । ଆଉ ଯେଉଁ ଝିଅ ବା ଛାତ୍ରୀ ଜଣକ ଶାରୀରିକ ସମ୍ପର୍କ ରଖିବାକୁ ମନା କଲା ତାର ପରୀକ୍ଷାରେ ମାର୍କ କାଟୁଛନ୍ତି ମାଷ୍ଟ୍ରେ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ରାଜସ୍ଥାନ ରାଜ୍ୟରୁ । ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ନିଜ ଘରେ ନିଜ ସ୍କୁଲ୍ର କେତେକ ଛାତ୍ରୀଙ୍କୁ ଟ୍ୟୁସନ୍ ଦେଉଥିଲେ । ଏହା ସହ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ । ଏହି ଘଟଣାକୁ ବାରମ୍ବାର ଦେଖୁଥିଲେ ମାଷ୍ଟ୍ରେଙ୍କର ଅର୍ଦ୍ଧାଙ୍ଗୀନି । ବର୍ତମାନ ମାଷ୍ଟ୍ରେଙ୍କର ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଟ୍ୟୁସନ୍ ମାଷ୍ଟ୍ରେଙ୍କର ସ୍ତ୍ରୀ ପୋଲିସ ଆଗରେ ବୟାନ୍ ଦେଇଛନ୍ତି ଯେ, ତାଙ୍କ ସ୍ୱମୀ ଜଣେ ସରକାରୀ ସ୍କୁଲ୍ ଶିକ୍ଷକ । ଅ୍ଧମ ସେ ନିଜ ସ୍କୁଲ୍ର କେତେକ ଛାତ୍ରୀଙ୍କୁ ଘରେ ଟ୍ୟୁସନ୍ ଦିଅନ୍ତି । ତେବେ ଏହି ଟ୍ୟୁସନ୍ ବାହାନାରେ ମୋ ସ୍ୱାମୀ ସେହି ଛାତ୍ରୀ ବା ଝିଅମାନଙ୍କ ସହ ଅନୈତିକ ତଥା ଶାରୀରିକ ସମ୍ପର୍କ ରଖୁଥିଲେ । ମୁଁ ପ୍ରଥମେ ପ୍ରଥମେ ଭାବିଲି ସେ ମଜା ଥଟ୍ଟା କରୁଛନ୍ତି ବୋଲି , କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲି ଘଟଣା କିଛି ଅଲଗା ପ୍ରକାରର ।
ଟ୍ୟୁସନ୍ ମାଷ୍ଟ୍ରେଙ୍କର ସ୍ତ୍ରୀ ଆହୂରୀ ମଧ୍ୟ କହିଛନ୍ତି ଯେ, ମୋ ସ୍ୱମୀ ସେହି ଝିଅ ମାନଙ୍କୁ ଡରାଉଛନ୍ତି । କହୁଛନ୍ତି ମୋ ସହିତ ଯଦି ଶାରୀରିକ ସମ୍ପର୍କ ନ ରଖିବ ତେବେ ତମ ମାନଙ୍କର ପରୀକ୍ଷା ମାର୍କ କାଟି ଦେବି । ଏହି ଡରରେ ଝିଅ ମାନେ ମଧ୍ୟ ହଁ କରିଦିଅନ୍ତି । ଆଉ ଏହି ଘଟଣା ବିଷୟରେ ମୁଁ ଜାଣିବା ପରେ , ମୁଁ ଯେତେବେଳେ ତାଙ୍କୁୁ ବାରଣ କରିଲି ସେତେବେଳେ ସେ ମୋତେ ମାଡ ମାରିଲେ ।
ତେବେ ଏହି ଘଟଣା ସମ୍ପର୍କରେ ପୋଲିସ କହିବା ପରେ ରସିକିଆ ମାଷ୍ଟ୍ରେଙ୍କ ସ୍ତ୍ରୀ ବର୍ତମାନ କୋର୍ଟର ଦ୍ୱାରାସ୍ଥ ହୋଇଛନ୍ତି । ସେ କହିଛନ୍ତି ଯେ, ସେହି ଅଭଦ୍ର ଲୋକ ଠାରୁ ଝିଅ ମାନଙ୍କୁ ରକ୍ଷା କରନ୍ତୁ । ଆଉ ମୋତେ ଓ ସେ ପିଲା ମାନଙ୍କୁ ସଠିକ୍ ନ୍ୟାୟ ଦିଅନ୍ତୁ । ଅନ୍ୟପଟେ ପୋଲିସ ସମସ୍ତ ଛାତ୍ରୀମାନଙ୍କର ବୟାନ୍ ରେକର୍ଡ କରିଛି ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ।