ସଂସ୍କାର :- ପାଠ ପଢିବାର ଆଗ୍ରହ ଆଗରେ ସର୍ବଦା ହାର ମାନିଛି ବୟସ। ଏହି ବାକ୍ୟକୁ ସତ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ନିଜକୁ ଉଚ୍ଚ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ସେ ଆଜି ମାଟ୍ରିକ ପରୀକ୍ଷା ଦେଇଛନ୍ତି। ସକାଳ ୯.୩୦ ରେ ସେ ବାଇକ୍ ଯୋଗେ ପରୀକ୍ଷା ହଲରେ ପ୍ରବେଶ କରିଥିଲେ। ଆଉ ଆଜି ମାଟ୍ରିକ ପରୀକ୍ଷା ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି।
ପୂର୍ବରୁ ହିଁ ସୋରଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଇଛୁକ ଥିଲେ। ତେବେ ରାଜନୈତିକ ଓ ବ୍ୟକ୍ତିଗତ କାରଣବସତଃ ସେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ, କିନ୍ତୁ ଚଳିତ ବର୍ଷ ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର। ସକାଳୁ ସକାଳୁ ସଠିକ ସମୟରେ ପରୀକ୍ଷା ହଲରେ ପହଞ୍ଚି ନିଜର ପାଠ ପଢ଼ିବା ଓ ଉଚ୍ଚ ଶିକ୍ଷା ଲାଭ କରିବାର ସ୍ୱପ୍ନକୁ ପୁରଣ କରିବା ପାଇଁ ଆଗଭର ହୋଇଛନ୍ତି। ୪୯ ବର୍ଷୀୟ ସୋରଡ଼଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।
