ସଂସ୍କାର :- ପ୍ରେମୀଯୁଗଳଙ୍କୁ ଲୁଚି ଲୁଚି କଥା ହେବା ପଡିଲା ମହଙ୍ଗା। ଲୁଚି ଲୁଚି କଥା ହେବା ସମୟରେ ପ୍ରେମିକ ଓ ପ୍ରେମିକାଙ୍କୁ ଧରିଲେ ପୂର୍ବତ୍ତନ ସରପଞ୍ଚ, ଆଉ ଦେଲେ ଏଭଳି ଏକ ଦଣ୍ଡ ଯାହାକି ସ୍ଥାନୀୟ ଆଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟର ସମସ୍ତିପୁର ଜିଲ୍ଲାରୁ। ସାମସ୍ତିପୁର ଜିଲ୍ଲାର ଖାନପୁର ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଏକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ପ୍ରେମୀ ଯୁଗଳଙ୍କୁ ଲୁଚି ଲୁଚି ଭେଟିବା ମହଙ୍ଗା ପଡିଥିଲା। ପ୍ରେମୀ ଯୁଗଳଙ୍କ ଏଭଳି ଲୁଚି ଲୁଚି ଭେଟିବାର ଖବର ପାଇଥିଲେ ଜଣେ ଜନପ୍ରତିନିଧି। ସେ ଉଭୟ ପ୍ରେମୀଯୁଗଳଙ୍କୁ ଆଇନକୁ ପାଳନ କରି ତାଲିବାନୀ ଦଣ୍ଡ ଦେଇଥିଲେ।
ତେବେ ସୂଚନା ଅନୁଯାୟୀ ଗାଁର ପୂର୍ବତନ ମୁଖିଆ ତଥା ବର୍ତ୍ତମାନର ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଜଣେ ପ୍ରେମୀ ଯୁଗଳଙ୍କୁ ନିଜ ଘର ଭିତରେ ତାଲା ପକାଇ ବାଡିରେ ପିଟିଥିଲେ। ବାଡ଼ିରେ ପିଟି ମଧ୍ୟ ସେହି ମୁଖିଆ ଜଣଙ୍କ ସନ୍ତୁଷ୍ଟ ନ ହୋଇ, ସେ ଦୁହେଁଙ୍କୁ (ପ୍ରେମୀ ଯୁଗଳ) ପରସ୍ପରକୁ ମାଡ଼ ମାରିବାକୁ କହିଥିଲେ। ଘରର କବାଟ ବନ୍ଦ କରି ସରପଞ୍ଚଙ୍କ ସ୍ୱାମୀ ଏହି ଦଣ୍ଡ ଦେଉଥିବାରୁ ଗ୍ରାମବାସୀମାନେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ନଥିଲେ।
କୁହାଯାଏ ଯେ, ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ଭଲ ପାଉଥିଲେ ଏବଂ ପ୍ରାୟତଃ ଲୁଚି ଲୁଚି ଦୁହେଁ ଦୁହିଁଙ୍କୁ ପ୍ରତ୍ୟେକ ଦିନ ସାକ୍ଷାତ କରୁଥିଲେ।