ଏହି କାରଣରୁ 3 ବରିଷ୍ଠ ଖେଳାଳିଙ୍କୁ 38 ଲକ୍ଷ ଟଙ୍କା ଜୋରିମାନା ସହ ଏକ ବର୍ଷ ବ୍ୟାନ୍‌ ଏବଂ ଟି -20 ବିଶ୍ୱକପରୁ ପଡିଲେ ବାଦ୍

SLC Bans 3 players For One Year From International Cricket For One Year

SLC Bans 3 players For One Year : ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଜିତିବା ଦିନକ ପରେ ଶ୍ରୀଲଙ୍କା କ୍ରିକେଟ୍ ତିନି ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖେଳାଳିଙ୍କୁ ଗୋଟିଏ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ବ୍ୟାନ୍‌ କରିଛି। ଏହି 3 ଖେଳାଳି ଘରୋଇ କ୍ରିକେଟ୍ ରେ ଭାଗ ନେଇ ପାରିବେ ନାହିଁ, ଏହା ସହ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସେମାନଙ୍କୁ 10 ମିଲିୟନ୍ (ଭାରତୀୟ ମୁଦ୍ରାରେ 38 ଲକ୍ଷ ଟଙ୍କା) ଶ୍ରୀଲଙ୍କା ଟଙ୍କା ଜରିମାନା କରିଛି।

କଣ ଥିଲା ସମ୍ପୂର୍ଣ ଘଟଣା ।

ବାସ୍ତବରେ, ଇଂଲଣ୍ଡ ଗସ୍ତରେ କରୋନା ମହାମାରୀ କାରଣରୁ ଖେଳାଳିଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଥାଇ ମଧ୍ୟ କୁଶଲ ମେଣ୍ଡିସ୍‌, ନିରୋଶନ ଡିକଓ୍ବେଲା ଏବଂ ଧନୁଷ୍କା ଗୁଣତିଲକା ଏହି ତିନି ଶ୍ରୀଲଙ୍କା ଖେଳାଳି ମ୍ୟାଚ୍ ହାରିଯିବା ପରେ ରାସ୍ତାରେ ବୁଲୁଥିଲେ। ପ୍ରଶଂସକମାନେ ଏହି ତିନୋଟି ଖେଳାଳି ଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଉଲ୍ଲଂଘନ ବିଷୟରେ ଜାଣିବା ପରେ, ତିନିଜଣଙ୍କୁ ସିରିଜ୍ ମଧ୍ୟଭାଗରୁ ଘରକୁ ପଠାଯାଇଥିଲା । ଏଥିସହ ତାଙ୍କୁ ଭାରତ ବିପକ୍ଷରେ ଟି -20 ଏବଂ ODI ସିରିଜ୍ ଖେଳିବାକୁ ଦିଆଯାଇନଥିଲା। ଏପରିକି 3 ଜଣ ବରିଷ୍ଠ ଖେଳାଳିଙ୍କୁ ଟି -20 ବିଶ୍ୱକପରୁ ବାଦ୍ ଦିଆଯାଇଥିଲା।

ଏହାର ଅନୁସନ୍ଧାନ ପାଇଁ ଏକ ପ୍ୟାନେଲ ଗଠନ କରାଯାଇଥିଲା।

ଏହା ପରେ, ନିକଟରେ କୁଶଲ ମେଣ୍ଡିସ୍‌, ନିରୋଶନ ଡିକଓ୍ବେଲା ଏବଂ ଧନୁଷ୍କା ଗୁଣତିଲକାଙ୍କ ବାୟୋ ବବଲ୍‌ ନିୟମ ଉଲ୍ଲଂଘନ ଯାଞ୍ଚ ପାଇଁ ବୋର୍ଡ ଏକ ପାଞ୍ଚ ଜଣିଆ ପ୍ୟାନେଲ ଗଠନ କରିଥିଲା। ଏସଏଲସିର ଅନୁସନ୍ଧାନ ପ୍ୟାନେଲରେ ଜଷ୍ଟିସ ନିମଲ ଦାସନାୟକ (ଶ୍ରୀଲଙ୍କାର ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି), ପଦୁଁକା କୀର୍ତ୍ତିନନ୍ଦ (ଆଡଭୋକେଟ୍), ଆସେଲା ରେକୱା (ଆଡଭୋକେଟ୍), ଉଚିତା ବିକ୍ରମସିଂହ (ଆଡଭୋକେଟ୍) ଏବଂ ମେଜର ଜେନେରାଲ୍ (ଅବସରପ୍ରାପ୍ତ) ଏମଆରଭି ଡି ଜୋଏସା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *