ବାହାଘର ବଜେଟ ଏବେ ମାତ୍ର ୫୦ ହଜାର : ଜାଣନ୍ତୁ ତଥାପି ସବୁ କେମିତି ସୁରୁଖୁରୁରେ ହେବା ସହିତ ଲାଇଭରେ ହେବ ଫଟୋ ସୁଟ୍

କରୋନା ଯୋଗୁ ସବୁଥିରେ ଥିଲା କଟକଣା, ଏମିତିକି ବାହାଘରରେ ବି । ହେଲେ ଯେଉଁମାନଙ୍କ ବାହାଘର ତାରିଖ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା ସେମାନେ ଲକଡାଉନ ନିୟମ ରକ୍ଷା କରି ବାହା ହେଉଛନ୍ତି । ସାମାଜିକ ଦୂରତା ପାଳନ କରିବା ସହିତ କେବଳ ୫୦ ଜଣ ଭିତରେ ବାହାଘର ସମ୍ପନ୍ନ କରିବା ପାଇଁ ସରକାରଙ୍କ ଗାଇଡଲାଇନ ମାନୁଛନ୍ତି । ଫଳରେ ୫୦ ହଜାର ଟଙ୍କା ଖର୍ଚ୍ଚ କରି ବାହାଘର କରିବା ଏବେ ଏକ ଟ୍ରେଣ୍ଡ ପାଲଟିଯାଇଛି ।

୫୦ ହଜାର ଟଙ୍କାରେ ଡେକୋରେସନ, ପଣ୍ଡିତ, ମଣ୍ଡପ, ବରଣମାଳା ସହିତ ଭୋଜି ଏବଂ ବ୍ୟାଣ୍ଡ ବାଜା ସବୁ ହୋଟେଲ ଯୋଗାଉଛି । ଏ ଅଳ୍ପ ବ୍ୟୟରେ ବିବାହକୁ ବି ଲୋକେ ପସନ୍ଦ କରୁଛନ୍ତି । ଲୋ-ବଜେଟରେ ଷ୍ଟାର୍ଟର ଓ ୱେଲକମ ଡ୍ରିଙ୍କ ମଧ୍ୟ ସାମିଲ ରହୁଛି । ଉଭୟ ବର ଓ କନ୍ୟା ପକ୍ଷରୁ ୨୫-୨୫ ଲୋକ ସାମିଲ ହେଇଥିବାବେଳେ ବାକି ସମ୍ପର୍କୀୟ ଜୁମ୍ ଆପ୍ ମାଧ୍ୟମରେ ବାହାଘରର ଲାଇଭ ଉପଭୋଗ କରୁଛନ୍ତି ଯେଉଁଥିପାଇଁ ହୋଟେଲ କମ୍ପ୍ୟୁଟର ମଧ୍ୟ ଯୋଗାଇ ଦେଉଛି ।

ଏପରି ଅଭିନବ ବିବାହ ପାଇଁ ସମ୍ପର୍କୀୟ ଓ ଅତିଥିଙ୍କୁ ଅନଲାଇନ କୋରିଓଗ୍ରାଫି ପ୍ରାକ୍ଟିସ କରାଯିବା ସହିତ ଫାଇନାଲ ପରଫରମାନ୍ସ ଭେନ୍ୟୁରେ ଭିରଚୁଆଲ ସ୍କ୍ରିନିଙ୍ଗ ଦ୍ୱାରା ଦେଖାଯାଉଛି । ନିଜ ଘରେ ଥାଇ ଭେନ୍ୟୁରେ ତିଆରି ହୋଇଥିବା ସେଲ୍ଫି ପଏଣ୍ଟ ସହ ସମ୍ପର୍କୀୟ ଫଟୋ ଉଠାଇ ପାରିବେ ସେପରି ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାହାଘରକୁ ୩ ଭାଗରେ ବିଭକ୍ତ କରାଯାଇଛି, ଯଥା:

  • ପ୍ରି-ଇଭେଣ୍ଟ
  • ଇଭେଣ୍ଟ
  • ପୋଷ୍ଟ-ଇଭେଣ୍ଟ

ଡେକୋରେସନ ଜିନିଷଗୁଡିକୁ ସାନିଟାଇଜ କରିବା ସହିତ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କର ତାପମାତ୍ରା ମଧ୍ୟ ଚେକ କରାଯାଉଛି । ପ୍ଳାନରଙ୍କ କହିବାନୁଯାୟୀ ଏବେ ଚାଲିଥିବା ବିବାହ ଟ୍ରେଣ୍ଡ ହେଉଛି ୪୯,୯୯୯ । ପୂର୍ବରୁ ଗୋଟେ ବାହାଘର ପାଇଁ ୧୫ରୁ ୨୫ ଲକ୍ଷ ଖର୍ଚ୍ଚ କରିବାକୁ ସ୍ଥିର କରିବା ଲୋକେ ବି ବର୍ତ୍ତମାନ ଏହି ବାହାଘର ଟ୍ରେଣ୍ଡକୁ ଖୁସିରେ ଆପଣାଉଛନ୍ତି ।

Leave a Reply

Your email address will not be published. Required fields are marked *