ବ୍ରାଜିଲରେ ବିରଳ ଘଟଣା : ୬୪ ବର୍ଷ ପରେ ପ୍ରଥମ ଥର ପାଇଁ ଗ୍ରୀଷ୍ମ ଋତୁରେ ହେଲା ଏହି ଘଟଣା…

ସଂସ୍କାର : ବିଚିତ୍ର ଏହି ପୃଥିବୀ ଆଉ ଏହା ସହିତ ଆହୁରି ବିଚିତ୍ର ଏହାର ଜଳବାୟୁ। ଦୁନିଆର ଅନେକ ଦେଶ ବର୍ତ୍ତମାନ ପ୍ରବଳ ବର୍ଷା, ବନ୍ୟା ଏବଂ ଉତ୍ତାପ ସହିତ ଲଢ଼େଇ କରୁଥିବା ବେଳେ, ବ୍ରାଜିଲ ରେ ଦେଖାଦେଇଛି ଏକ ବିରଳ ଘଟଣା। ବ୍ରାଜିଲରେ ଏହି ସପ୍ତାହରେ ୬୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗ୍ରୀଷ୍ମ ଋତୁରେ ତୁଷାରପାତ ହୋଇଛି। ବର୍ତ୍ତମାନ ଏହି ଦେଶରେ ଏହା ଏକ ରେକର୍ଡ। ତେବେ ତୁଷାରପାତ କାରଣରୁ ବ୍ରାଜିଲର ୪୩ ରୁ ଅଧିକ ସହର ବରଫରେ ଆଚ୍ଛାଦିତ ହୋଇଯାଇଛି। ସହରଗୁଡିକର ରାସ୍ତାରେ ୩ ଇଞ୍ଚ ପର୍ଯ୍ୟନ୍ତ ବରଫ ଆଚ୍ଛାଦିତ ହୋଇଯାଇଛି। ଅନ୍ୟପଟେ ବ୍ରାଜିଲର ତାପମାତ୍ରା ମଧ୍ୟ ମାଇନସ୍ ୮ ଡିଗ୍ରୀରେ ପହଞ୍ଚିଛି। ଏହି କାରଣରୁ, ବ୍ରାଜିଲରେ ଗ୍ରୀଷ୍ମ ରୁତୁରେ ଥଣ୍ଡା ପାଗ ବୃଦ୍ଧି ପାଇଛି |

ଏହି ସମୟରେ ହଠାତ୍ ତୁଷାରପାତ ହେବା ପରେ ଲୋକମାନେ ଏହାର ମଜା ନେବା ପାଇଁ ଘରୁ ବାହାରକୁ ଆସିଥିଲେ। ବ୍ରାଜିଲ ସରକାରଙ୍କ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ କହିଛି ଯେ ଜୁଲାଇରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ରହିଥାଏ । କିନ୍ତୁ ଏହି ତୁଷାର ଝଡ଼ ୬୪ ବର୍ଷର ରେକର୍ଡ ଭାଙ୍ଗିଛି।

ମାଟୋ ଗ୍ରୋସୋ ଡୋ ସୁଲ୍, ସାଓ ପାଉଲୋ, ମିନାସ୍ ଜେରାଇସ୍ ଏବଂ ଗୋଆସ୍ ପରି ରାଜ୍ୟଗୁଡିକରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ତୁଷାରପାତ ହୋଇପାରେ | ବ୍ରାଜିଲର ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଶେଷ ଥର ପାଇଁ ତୁଷାର ଝଡ଼ ୧୯୫୭ ମସିହାରେ ବ୍ରାଜିଲରେ ଘଟିଥିଲା।

Leave a Reply

Your email address will not be published. Required fields are marked *