ଜେଲ୍ ରୁ ଫେରି ସ୍ତ୍ରୀକୁ ଗଳା ଚିପି ହତ୍ୟା କଲା ସ୍ୱାମୀ , କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ସଂସ୍କାର : ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ଏକ ସାଧାରଣ କଥା। ମାତ୍ର ଏହି ସାଧାରଣ କଥା ଯେ, ଭବିଷ୍ୟତରେ ଏକ ବିରାଟ ଘଟଣାର ରୂପ ନେବ ତାହା କଳ୍ପନା ବାହାରେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ।

ଦିଲ୍ଲୀର ତୁଗଲକାବାଦ ଏକ୍ସଟେନ୍ସନ୍ ସ୍ଥିତ ଏକ ଘରର ତୃତୀୟ ମହଲାରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ଏହି ମୃତ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ମୃତଦେହ ସମ୍ପର୍କରେ ସୂଚନା ଗୋବିନ୍ଦପୁର ପୋଲିସ ଷ୍ଟେସନକୁ ଦିଆଯାଇଥିଲା। ମହିଳାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସୂଚନା ରହିଛି। ଏହି ମାମଲାରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି।

ତେବେ ଘଟଣାକ୍ରମ ଏହା ଯେ, ମହିଳାଙ୍କ ମୃତଦେହ ବିଲ୍ଡିଂର ତୃତୀୟ ମହଲାର ଏକ କୋଠରୀରେ ଖଟ ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସେ ମହିଳାଙ୍କ ନାମ ହେଉଛି ଝରଣା। ସେ ନିକଟସ୍ଥ ପାର୍କରେ ଡେକୋରେଟ୍ ର କାର୍ଯ୍ୟ କରୁଥିଲେ। ତେବେ ମହିଳା ଓ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଏତେଟା ଭଲ ନ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଝରଣା ଓ ତାର ସ୍ୱାମୀ ନନ୍ଦା ନାୟକଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା।

ଗୋଟିଏ ପକ୍ଷରେ ଝରଣାର ସ୍ୱାମୀ ନନ୍ଦାଙ୍କୁ ୨୦୧୭ ମସିହାରେ ପୋଲିସ ଗିରଫ କରିଥିଲା। ସେତେବେଳେ ମାମଲା ଏହା ଥିଲା ଯେ, ନନ୍ଦା , ତାର ସ୍ତ୍ରୀ ଝରଣା ଓ ତାର ଭାଉଜ ଉପରେ ଛୁରୀ ମାଡ଼ କରିଥିଲା। ତେବେ ଏହି ମାମଲାରେ ନନ୍ଦା ଗତ ଜୁନ୍ ମାସ ୨ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଜେଲରୁ ବାହାରି ଗୁରୁଗ୍ରାମରେ ରହୁଥିଲେ। ତେବେ ପ୍ରତିଶୋଧ ନିଆଁରେ ଜଳୁଥିବା ନନ୍ଦା, ନିଜ ସ୍ତ୍ରୀ ଝରଣାକୁ ମାରିବା ପାଇଁ ଜେଲରୁ ବାହାରିବା ପୂର୍ବରୁ ହିଁ ବିଚାର କରି ଆସିଥିଲା।

ପୋଲିସର ସୂଚନାନୁସାରେ, ନନ୍ଦା ଗତ ଶନିବାର ଦିନ ପ୍ରାୟ ସକାଳ ୧୧ଟା ବେଳେ ଝରଣାଙ୍କ ଘରେ ପହଞ୍ଚିଥିଲେ। ତାହା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଲା। ଏହା ପରେ ନନ୍ଦା ତାର ସ୍ତ୍ରୀକୁ
ଚାପୁଡ଼ା ମାରିବା ସହିତ ଗଳା ଚିପି ହତ୍ୟା ମଧ୍ୟ କଲା। ପତ୍ନୀକୁ ମାରି ସେ ସେଠାରୁ ପଳାୟନ କରିଥିଲା। ତେବେ ହତ୍ୟା ଖବର ପାଇବା ପରେ ପୋଲିସ ନନ୍ଦାକୁ ଗିରଫ କରିବା ପାଇଁ ଦଳ ଗଠନ କରିଥିଲା। ଏହା ପରେ ତାକୁ ଗୋବିନ୍ଦପୁର ପାର୍କରୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *