୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଜାଳିଦେଲା ପୁରୋହିତ, ସ୍ମଶାନରେ ଅଧା ଜଳା ଅବସ୍ଥାରେ ହେଲା କିଛି ଏମିତି…

ସଂସ୍କାର : ଦିଲ୍ଲୀ କ୍ୟାଣ୍ଟର ପୁରୁଣା ନାଙ୍ଗଲ ଗ୍ରାମରେ ରହୁଥିବା ଜଣେ ୯ ବର୍ଷୀୟ ବାଳିକାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଝିଅଟିର ଶବଦାହ ଚାଲିଥିବା ଅବସ୍ଥାରେ ପୋଲିସ ପହଂଚି ଶବଦାହକୁ ରୋକିଥିଲା। ପରେ ଶବଦାହ କରୁଥିବା ପୁରୋହିତକୁ ପୋଲିସ ବାନ୍ଧି ନେଇ ଯାଇଥିଲା।

ତେବେ ଘଟଣା କ୍ରମ ଏହା ଯେ, ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ବାସିନ୍ଦା ସ୍ମଶାନରେ ନିଆଁ ଜଳୁଥିବାର ଦେଖିଲେ। ଯେତେବେଳେ କି ସେହି ଅଞ୍ଚଳର କେହି ମୃତ୍ୟୁ ବରଣ କରିନଥିଲେ। ଏହା ପରେ ସେମାନେ ସେଠାକୁ ଯାଇ ଦେଖିବା ପରେ ଶବ ଜଳୁଥିଲା। ତା ପରେ ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ମଶାନରେ ଶବଦାହ କରୁଥିବା ପୁରୋହିତ ଝିଅଟିକୁ ଦୁଷ୍କର୍ମ କରି ହତ୍ୟା କରିଦେଇଛି। ପରବର୍ତ୍ତୀ ସମୟରେ ବିଳମ୍ବିତ ରାତିରେ ଶବଦାହ କରିବାକୁ ଉଦ୍ୟମ କରିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ପୋଡି ଦେବାକୁ ଚେଷ୍ଟା କରୁଥିଲା ପୁରୋହିତ। ମାତ୍ର ତାର ସବୁ ଦୋଷ ଧରା ପଡିଗଲା। ତେବେ ପୋଲିସ ବର୍ତ୍ତମାନ ଆଇପିସିର ଧାରା ୩୦୪ ଏ , ୩୪୨ , ୨୦୧ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ତେବେ ନାବାଳିକାକୁ ବଳାତ୍କାର କରିବା ଓ ଏହା ପରେ ହତ୍ୟା କରିବା ଭଳି ସଙ୍ଗୀନ୍ ଅଭିଯୋଗରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *