ବିଦ୍ୟାଭାରତୀଙ୍କ ମୋବାଇଲରେ ମିଳିଲା ୨ଟି ଫଟୋ ; ଖୋଳତାଡ କରିପାରେ ପୋଲିସ୍

ସଂସ୍କାର : ରହସ୍ୟ ଘେରରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ। ସୌମ୍ୟଙ୍କ ମୃତ୍ୟୁର ସଠିକ ଚେର ପାଇ ପାରୁନାହିଁ ପୋଲିସ। ଏପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ବିତିଗଲାଣି  ୨୧ ଦିନ। କିନ୍ତୁ ସୌମ୍ୟଙ୍କୁ ହତ୍ୟା ନା ଆତ୍ମହତ୍ୟା କରାଯାଇଛି ତାହା ଜାଣିପାରୁନି ପୋଲିସ।

କିଛି ଦିନ ତଳେ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ କହିଥିଲେ ଯେ, ମୋ ଭାଇ ବିବାହ କରିବା ଆଗରୁ ଘରକୁ ଟଙ୍କା ଦେଉଥିଲା , କିନ୍ତୁ ଏହି ଝିଅ ( ବିଦ୍ୟାଭାରତୀ )କୁ ବିବାହ କରିବା ପରେ ମୋ ଭାଇ ଆଉ ଘରକୁ ଟଙ୍କା ଦେଲାନି। ଆଉ ଏହି ଝିଅ ମୋ ଭାଇର ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିବା ସହିତ ଅନଲାଇନରେ ସପିଂ କରୁଥିଲା। ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

କିନ୍ତୁ ପୋଲିସର ତଦନ୍ତକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ। ତେବେ ଏହାରି ମଧ୍ୟରେ ବିଦ୍ୟାଭାରତୀଙ୍କ ଫୋନରୁ ମିଳିଛି ଦୁଇଟି ଫଟୋ। ତେବେ ଏହି ଫଟୋ ଦୁଇଟିକୁ ନେଇ ତନାଘନା ଆରମ୍ଭ କରିବ ପୋଲିସ। ତେବେ ପୋଲିସ ବିଦ୍ୟାଙ୍କଠାରୁ ଜବତ କରିଥିବା ଫୋନରେ ଅନେକ ସୁରାକ ମିଳିଛି ।

ରାଜ୍ୟ ଗଣମାଧ୍ୟମର ସୂତ୍ରାନୁସାରେ, ବିଦ୍ୟାଙ୍କ ଫୋନରୁ ମିଳିଛି ଦୁଇଟି ଫଟୋ । ତେବେ ଫୋଟ ଦୁଇଟି ଦୁଇ ଭିନ୍ନ ଭିନ୍ନ ଯୁବକଙ୍କର। ଏହି ଦୁଇ ଯୁବକଙ୍କ ଉପରେ ତନାଘନା ଆରମ୍ଭ କରିଛି ପୋଲିସ । ଆବଶ୍ୟକ ସ୍ଥଳେ ଉଭୟଙ୍କୁ ଜେରା ମଧ୍ୟ କରାଯାଇପାରେ । ଗୋଟିଏ ଫଟୋ ଉଦଳା ରେଢୋ ଅଞ୍ଚଳର ଜଣେ ଯୁବକଙ୍କର ବୋଲି ଜଣାପଡିଛି । ଏପରିକି କିଛି ଫୋନ ରେକର୍ଡିଂ ମଧ୍ୟ ପୋଲିସ ହାସରେ ଲାଗିଛି ।

ସେହିପରି ଆଉ ଏକ ଫଟୋ ଜଣେ ବ୍ୟାଙ୍କ ଅଧିକାରୀଙ୍କର । ଯାହାଙ୍କ ସହ ୨୦୧୯ ମସିହାରେ ବିଦ୍ୟାଙ୍କ ବିବାହ ପ୍ରସ୍ତାବ ଉଠିଥିଲା, କିନ୍ତୁ ବିବାହ ହୋଇନଥିଲା । ଏହି ଦୁଇ ଯୁବକଙ୍କୁ ତଦନ୍ତକାରୀ ଟିମ୍ ପଚାରଉଚୁରା କରିବେ ବୋଲି ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *