ସଂସ୍କାର : ବଲିଉଡ ସିନେମାରେ ବ୍ୟାଡ୍ ମ୍ୟାନ୍ ଭାବରେ ବେଶ୍ ଜଣାଶୁଣା ଗୁଲଶାନ୍ ଗ୍ରୋଭର । ସେ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଭିଲେନ୍ ଅଭିନୟ ପାଇଁ ଲୋକପ୍ରିୟ ହୋଇପାରିଛନ୍ତି। ବଲିଉଡର ଭିଲେନ୍ ତାଲିକାରେ ତାଙ୍କ ସ୍ଥାନ ଶୀର୍ଷରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚଳଚ୍ଚିତ୍ର ମାଧ୍ୟମରେ ସମସ୍ତଙ୍କୁ ଭୟଭୀତ କରୁଥିବା ଅଭିନେତା ଗୁଲଶାନ୍ ଗ୍ରୋଭର ମଧ୍ୟ କାହାକୁ ଭୟ କରନ୍ତି। ତେବେ କଥା ଏହା ଯେ, ଏହି ଅଭିନେତା ଜଣକ ତାଙ୍କ ସମକ୍ଷକ କୌଣସି ଅଭିନେତାଙ୍କୁ ଭୟ କରନ୍ତି ନାହିଁ , କିନ୍ତୁ ସେ ବର୍ତ୍ତମାନ ଭୟ କରିଛନ୍ତି ଜଣେ କ୍ରିକେଟରଙ୍କୁ। ତେବେ ଗୁଲଶାନ୍ ଗ୍ରୋଭର ଭୟ କରୁଥିବା କ୍ରିକେଟର ଜଣଙ୍କ ହେଲେ, କ୍ରିକେଟ୍ ଜଗତର ବେତାଜ୍ ବାଦଶାହା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି।

ପ୍ରକୃତ ଘଟଣା ଏହା ଯେ, ନିକଟରେ ଧୋନି ତାଙ୍କ ଲୁକରେ ବହୁତ କିଛି ପରିବର୍ତ୍ତନ କରିଛନ୍ତି। ମାହିଙ୍କ ଲୁକ ପରିବର୍ତ୍ତନର କିଛି ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ମହେନ୍ଦ୍ର ସିଂ ଧୋନିଙ୍କ ଏହି ଫୋଟକୁ ଭୟ କରୁଛନ୍ତି ବଲିଉଡର ଭିଲେନ୍ଅଭିନେତା ଗୁଲଶାନ୍ ଗ୍ରୋଭର।

ତେବେ ଗୁଲଶାନ୍ ଗ୍ରୋଭର ଧୋନିଙ୍କ ନୂଆ ଲୁକକୁ ନିଜର ସୋସିଆଲ ମିଡ଼ିଆ ହେଣ୍ଡଲରେ ପୋଷ୍ଟ କରିଛନ୍ତି। ଆଉ ଏହି ଫୋଟକୁ ସେୟାର କରି ଲେଖିଛନ୍ତି। , ‘ମାହି ଭାଇ ଶାନଦାର୍ ଲୁକ୍ … ଦୟାକରି କୌଣସି ଡନର ଭୂମିକାରେ ଅଭିନୟ କରିବେ ନାହିଁ, ନଚେତ୍ ମୋର ଧନ୍ଦାକୁ ବନ୍ଦ ହୋଇଯିବ। ପୂର୍ବରୁ ମୋର ତିନି ପ୍ରିୟ ଭାଇ ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ ଏବଂ ଜ୍ୟାକି ଶ୍ରଫ୍ ମୋତେ ଏହି ବ୍ୟବସାୟରୁ ବାହାର କରିଦେଇଛନ୍ତି | ଆଲିମ୍ ଖାନ୍ ବ୍ୟାଡମ୍ୟାନ୍ ତୁମ ପାଖକୁ ଆସୁଛନ୍ତି ‘|

ତେବେ ଗୁଲଶାନ୍ ଗ୍ରୋଭରଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରଲ୍ ହେଉଛି। ଆଉ ମାହିଙ୍କ ଫ୍ୟାନ ଓ ଗ୍ରୋଭରଙ୍କ ଏହି ପୋଷ୍ଟ ଉପରେ ବହୁତ ଭଲ ଭଲ ପତିକ୍ରିୟା ମଧ୍ୟ ଦେଉଛନ୍ତି।