ସଂସ୍କାର : ” ମୋତେ ଫେସବୁକରେ ଜଣେ ଝିଅ ଫ୍ରେଣ୍ଡ ରିକ୍ୟୁସ୍ଟ ପଠାଇଲା। ଆଉ ମୁଁ ତାକୁ ନ ଜାଣି ମଧ୍ୟ ଆସେପ୍ଟ କରିଦେଲି। ଆଉ ଆସେପ୍ଟ କରିବାର କିଛି କ୍ଷଣ ମଧ୍ୟରେ ସେ ମୋତେ ଉଲଗ୍ନ ହୋଇ ଭିଡ଼ିଓ କଲ୍ କଲା । “
ଏପରି ଏକ ଅଭିଯୋଗ ଆସିଛି କଟକରୁ। ଆଉ ଆପଣ ପ୍ରଥମେ ଯେଉଁ ଦୁଇ ଧାଡି ପଢିଲେ, ତାହା ଥିଲା ସେହି ନ୍ୟୁଡ୍ ଗାର୍ଲଙ୍କ ଦ୍ୱାରା ଶିକାର ହୋଇଥିବା ନିରୀହ ଯୁବକଙ୍କର ବୟାନ।

ଫେସବୁକରେ ଫ୍ରେଣ୍ଡ ରିକ୍ୟୁସ୍ଟ ଆସେପ୍ଟ କରିବା ଯୁବକଙ୍କ ପାଇଁ ପଡିଲା ମହଙ୍ଗା। ଅଜଣା ଯୁବତୀଙ୍କ ସହ ସାଙ୍ଗ ହୋଇ ହରଡ଼ଘଣାରେ ବର୍ତ୍ତମାନ କଟକର ଯୁବକ। ତେବେ ସେ ଯୁବକ ଜଣକ ସାଇବର ସେଲର ଦ୍ବାରସ୍ଥ ହୋଇଛନ୍ତି। ଆଉ ସେ ନିଜର ବୟାନରେ ପୋଲିସକୁ କହିଛନ୍ତି ଯେ, ” ମୋତେ ଫେସବୁକରେ ଜଣେ ଝିଅ ଫ୍ରେଣ୍ଡ ରିକ୍ୟୁସ୍ଟ ପଠାଇଲା। ଆଉ ମୁଁ ତାକୁ ନ ଜାଣି ମଧ୍ୟ ଆସେପ୍ଟ କରିଦେଲି। ଆଉ ଆସେପ୍ଟ କରିବାର କିଛି କ୍ଷଣ ମଧ୍ୟରେ ସେ ମୋତେ ଉଲଗ୍ନ ହୋଇ ଭିଡ଼ିଓ କଲ୍ କଲା। ଏହି କଲ୍ ଟି ୩୦ ସେକେଣ୍ଡର ଥିଲା। ଏହି ୩୦ ସେକେଣ୍ଡ ମଧ୍ୟରେ ସେ ମୋର ସ୍କ୍ରିନ୍ ସଟ୍ ନେଇ ଯାଇଛି। ଆଉ ମୋତେ ବ୍ଲାକମେଲିଂ କରୁଛି ତାକୁ ୩୦ ହଜାର ଟଙ୍କା ଦେବା ପାଇଁ। ସେ ମୋତେ ଏହି ଭିଡ଼ିଓ କଲ୍ ମୋର ହ୍ବାଟ୍ସ ଆପ୍ ନମ୍ବରରେ କରିଥିଲା। ଯାହାକି ମୁଁ ମୋର ଫେସବୁକ ଆଇଡିରେ ଦେଇଚି।”
ଆହୁରି ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ଏହି ୩୦ ସେକେଣ୍ଡର ନ୍ୟୁଡ୍ ଭିଡ଼ିଓ ତାଙ୍କ ସାନ ପାଖକୁ ମଧ୍ୟ ପଠାଯାଇଛି। ତେବେ ଯୁବକ ଜଣକ ବର୍ତ୍ତମାନ ଯୁବତୀଙ୍କ ନାମରେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।