ଫେସବୁକ୍ ଫ୍ରେଣ୍ଡ ରିକ୍ୱେଷ୍ଟରୁ ସ୍ମଶାନ ଘାଟ ; ପ୍ରଥମେ ମାରପିଟ୍ , ତାପରେ ହତ୍ୟା

ସଂସ୍କାର : ଯୁବତୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ମହଙ୍ଗା ପଡିଲା ଜଣେ ଯୁବକଙ୍କୁ। ଆଉ ଏହି ଫ୍ରେଣ୍ଡ ରିକ୍ୱେଷ୍ଟ ପାଇଁ ସାଙ୍ଗକୁ ଛୁରା ମାଡ଼ ଦ୍ୱାରା ସ୍ମଶାନ ଘାଟରେ ପହଞ୍ଚାଇଲା ଆଉ ଏକ ସାଙ୍ଗ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରରେ। ଫେସବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ପଠାଇବାକୁ କେନ୍ଦ୍ର କରି ଉକ୍ତ ଯୁବତୀଙ୍କର କିଛି ପୁରୁଷ ବନ୍ଧୁ ରିକ୍ୱେଷ୍ଟ ପଠାଇଥିବା ଯୁବକକୁ ଛୁରୀରେ ହତ୍ୟା କରିଥିବା ଜଣାପଡ଼ିଛି । ଆଉ ଛୁରୀରେ ହତ୍ୟା କରିବା ପରେ ଏକ ନଦୀ ତଟରେ ଫିଙ୍ଗି ଦେଇଥିଲେ ଯୁବତୀଙ୍କର କିଛି ପୁରୁଷ ବନ୍ଧୁ । ତେବେ ଏହି ହତ୍ୟା ପୂର୍ବରୁ ପ୍ରଥମେ ହତ୍ୟା କରାଯାଇଥିବା ଯୁବକଙ୍କୁ ମାରପିଟ୍ କରାଯାଇଥିବା ଜଣାପଡିଛି। ମାରପିଟ୍ କରିବାର ୪ ଦିନ ପରେ ଅର୍ଥାତ୍ ଅଗଷ୍ଟ ୫ ତାରିଖ ଦିନ ସେହି ଯୁବକଙ୍କୁ ପୁଣି ଖୋଜି ଖୋଜି ଛୁରୀ ଦ୍ୱାରା ହତ୍ୟା କରିଥିଲେ ଆକ୍ରମଣକାରୀ।

ତେବେ ନାଗପୁରର ନନ୍ଦନବନ ପୋଲିସ ଥାନାରେ ଏହି ହତ୍ୟା ଘଟଣାର ଏକ ମାମଲା ରୁଜୁ ହୋଇଛି। ଆଉ ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଆଉ ଗିରଫ ହୋଇଥିବା ୫ ଜଣକୁ ପୋଲିସ ଏହି ପ୍ରସଙ୍ଗରେ ଅଧିକ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *