ଏହି କାରଣରୁ ସୁନ୍ଦରଗଡ଼ ଆଜି ୧୨ ଘଣ୍ଟା ବନ୍ଦ ,ଜାଣନ୍ତୁ…

ସଂସ୍କାର : ଓଡିଶାରେ ଦ୍ୱିତୀୟ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ( ଏମ୍ସ ) ର ପ୍ରତିଷ୍ଠା ପାଇଁ ଜୋର ଦେଇଛି ରାଜ୍ୟ କଂଗ୍ରେସ। ଦଳର ଦାବି ହେଉଛି ଯେ, ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା କରାଯାଉ। ଏହି ଦାବିକୁ ନେଇ ଦଳ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି।

ତେବେ ରାଜ୍ୟର କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଦ୍ୱିତୀୟ ଏମ୍ସର ଆବଶ୍ୟକ ଅତ୍ୟନ୍ତ ଜରୁରୀ ବୋଲି ଦଳ ପକ୍ଷରୁ କୁହାଯାଇଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାରୀ ମେଡିକାଲ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉ ବୋଲି ଦଳ ଦାବି କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ତେବେ ଆଜି ସକାଳ ୬ ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ତେବେ ସାଧାରଣ ଜନତା ମଧ୍ୟ ରାଜ୍ୟ କଂଗ୍ରେସର ଏହି ଦାବିକୁ ସମର୍ଥନ କରି ଶାନ୍ତି ଶୃଙ୍ଖଳା ଭାବେ ଏହି ୧୨ ଘଣ୍ଟିଆ ବନ୍ଦକୁ ପାଳନ କରୁଥିବାର ନଜର ଆସିଛି।

Leave a Reply

Your email address will not be published. Required fields are marked *