ସଂସ୍କାର : ଗୋଟିଏ ସ୍ୱାମୀ ଥାଉ ଥାଉ ଅନ୍ୟ ଦୁଇ ପୁରୁଷ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲା ସ୍ତ୍ରୀ। ଆଉ ଏହି ଅନୈତିକ ସମ୍ପର୍କ ବିଷୟରେ ଜାଣିବା ପରେ ଏପରି କରିବାକୁ ମନା କଲା ସ୍ୱାମୀ। କିନ୍ତୁ ସ୍ଵାମୀର କଥାକୁ ଖାତିର ନ କରି ବରଂ ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କଲା ସ୍ତ୍ରୀ। ଦୁଇ ପ୍ରେମିକ ସହ ମିଶି ନିଜ ମଥାର ସିନ୍ଦୁରକୁ ଜୀବନରୁ ମାରିଦେଲା ସ୍ତ୍ରୀ।
ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବାଡମେର ଅଞ୍ଚଳରେ। ରାଜସ୍ଥାନର ବାଡମେର ପୋଲିସ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ତାଙ୍କର ୩୭ ବର୍ଷୀୟା ସ୍ତ୍ରୀକୁ ଓ ସ୍ତ୍ରୀର ଦୁଇ ପ୍ରେମିକଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁଯାୟୀ, ବାଡମେର ଅଞ୍ଚଳର ଜରୀନା ବାନୋର ନାମକ ଜଣେ ସ୍ତ୍ରୀ ତାର ଦୁଇ ପ୍ରେମିକ ଆଲାଦ୍ଦିନ୍ ଖାନ ଏବଂ ବରକତ ଖାନ ସହ ଶାରୀରିକ ସମ୍ପର୍କ ରଖିଥିଲା। ସେ ତାର ସ୍ୱାମୀ ଠାରୁ ଶାରୀରିକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପାରୁନଥିଲା। ସେ କାରଣରୁ ସେ ଦୁଇ ଜଣକୁ ଭଲ ପାଉଥିଲା। ଆଉ ସେମାନଙ୍କ ଠାରୁ ମୋଟା ରକମର ଟଙ୍କା ଆଣୁଥିଲା। ତେବେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଜରୀନାଙ୍କ ସ୍ୱାମୀ ୟୁସୁଫ ଖାନ। ତେବେ ସ୍ୱାମୀଙ୍କ ଏହି କଥାକୁ ସହ୍ୟ ନ କରି ପାରି ତାକୁ ହଟାଇବା ପାଇଁ ଦୁଇ ପ୍ରେମିକକୁ ସାଙ୍ଗରେ ନେଇ ଯୋଜନା ପ୍ରସ୍ତୁତ କଲା ଜରୀନା।
ଏହି ୩ ଜଣ ମିଶି ୟୁସୁବ ଖାନଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ। ଆଲାଦ୍ଦିନ ଏବଂ ବରକତ ୨ ଅଗଷ୍ଟ ବିଳମ୍ବିତ ରାତିରେ ୟୁସୁଫ ଖାନଙ୍କୁ ଶୂନଶାନ୍ ସ୍ଥାନକୁ ଡାକି ନେଇଥିଲେ। ଏହା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ସେମାନେ ହତ୍ୟା କରିଥିଲେ।
ତେବେ ଏହି ମାମଲାରେ ପୋଲିସ ପ୍ରଥମେ ବରକତକୁ ଗିରଫ କରି ପଚରାଉଚରା କରିଥିଲା। ପରବର୍ତ୍ତୀ ସମୟରେ ସେ ଅନ୍ୟ ଦୁଇ ଜଣଙ୍କ ନାମ ମଧ୍ୟ ନେଇଥିଲା। ତେବେ ବର୍ତ୍ତମାନ ଏହି ତିନି ଜଣ ଅପରାଧୀ ଜେଲ୍ରେ ଥିବା ଜଣାପଡ଼ିଛି।