ଦୁଇ ଦୁଇ ଥର ଗର୍ଭବତୀ କରି ସୁରତରୁ ଫେରିଛି ଓଡ଼ିଆ ପୁଅ ; କରିଛି ଗୁଜୁରାଟୀ ଯୁବତୀଙ୍କୁ ବଳତ୍କାର

ସଂସ୍କାର : ସୁରତରେ ରହୁଥିବା ଜଣେ ଓଡ଼ିଆ ପୁଅଙ୍କ ଲଜ୍ୟାଜନକ କାର୍ଯ୍ୟ। ପ୍ରଥମେ ଗୁଜୁରାଟୀ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଛନ୍ଦିଲେ , ପ୍ରେମ ପରେ ଶାରୀରିକ ସମ୍ପର୍କ ରଖିଲେ, ଏହା ସହିତ ସେ ଝିଅ କୁ ଦୁଇ ଦୁଇ ଥର ଗର୍ଭବତୀ କରି ତାଙ୍କର ଗର୍ଭ ନଷ୍ଟ କଲେ। ଏପରି ଏକ ଗୁରୁତର ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରୁ। ଆଉ ସେ ଗୁଜୁରାଟୀ ଝିଅ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଏସପି୍ ଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ରାଜ୍ୟର ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସେହି ଗୁଜୁରାଟୀ ଯୁବତୀ ଜଣକ ପ୍ରକାଶ କରିଛନ୍ତି ଯେ, ତାଙ୍କ ସହିତ ଧୋକା ହୋଇଛି। ତାଙ୍କୁ ଜଣେ ଓଡ଼ିଆ ଯୁବକ ପ୍ରଥମେ ପ୍ରେମ କଲା ଆଉ ତାପରେ ତାହା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କ ମଥାରେ ସିନ୍ଦୁର ଦେଲା। ପରବର୍ତ୍ତୀ ସମୟରେ ତାଙ୍କୁ ଗର୍ଭବତୀ କରାଇଲା । କିନ୍ତୁ ଦୁଇ ଦୁଇ ଥର ସେ ଗର୍ଭବତୀ ହୋଇଥିବାରୁ ତାଙ୍କର ଗର୍ଭ ନଷ୍ଟ କରିଦେଲା। ଆଉ ଏବେ ସେ ନିଜ ଗାଁକୁ ଆସି ପୁଣି ଥରେ ବିବାହ କରିବାକୁ ଯାଉଛି।

ଯୁବତୀ ଜଣକ ଧମକ ଦେଇ କହିଛନ୍ତି ଯେ, ସେ ଯୁବକ ମୋର ଭବିଷ୍ୟତ ବର୍ବାଦ କରିଛି, ଆଉ ମୁଁ ମଧ୍ୟ ତାର ଭବିଷ୍ୟତ ବର୍ବାଦ କରିଦେବି। ତେବେ ଗଞ୍ଜାମ ଏସପି୍ ଗୁଜୁରାଟୀ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏହି କାଣ୍ଡ ଭିଆଇ ଥିବା ଯୁବକଙ୍କୁ ଖୋଜି ତାକୁ ଉଚିତ ଶାସ୍ତୀ ଦେବେ। ତେବେ ଯୁବତୀ ଜଣକ , ସେହି ଯୁବକଙ୍କ ଆଧାର କାର୍ଡ କପିରୁ ଯୁବକର ଠିକଣା ପାଇ ଓଡିଶା ଆସିଛନ୍ତି।

ଏଠାରେ କ୍ଲିକ୍ କରି ଶୁଣନ୍ତୁ ଗୁଜୁରାଟୀ ଯୁବତୀଙ୍କ ବୟାନ୍ :-

Leave a Reply

Your email address will not be published. Required fields are marked *