ବିବାଦରେ ଓଡ଼ିଆ ମହିଳା : ପୁଅର ରୋଗ ଯୋଗୁଁ ଧରାପଡିଲା ମାଆର ପରକୀୟା ପ୍ରୀତି

ସଂସ୍କାର : ଆଜିର ସମାଜର ମହିଳାମାନେ ବର୍ତ୍ତମାନ ନିଜ ନିଜର ସ୍ୱାମୀଙ୍କ ଠାରୁ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି। ସେ ଶାରୀରିକ ହେଉ ଅବା ମାନସିକ କିମ୍ବା ଅର୍ଥନୈତିକ କ୍ଷେତ୍ରର ବିଷୟରେ। ବିଶେଷ କରି ଶାରୀରିକ ଓ ମାନସିକ ଭାବରେ ମହିଳାମାନେ ନିଜ ସ୍ୱାମୀଙ୍କ ଠାରୁ ସନ୍ତୁଷ୍ଟ ନ ହେବା କାରଣରୁ ଅନ୍ୟ ପୁରୁଷ କିମ୍ବା ଯୁବକଙ୍କ ଉପରେ ମହିଳା ମାନେ ନଜର ପକାଇଥାନ୍ତି। ଆମେ କାହିଁକି ଏହିପରି ଏକ କଥାଟି କହିଲୁ ତାହାର ଏକ ଭିନ୍ନ ଦୃଷ୍ଟିକୋଣ ରହିଛି। ତେବେ ନିକଟରେ ଆଉଟଲୁକ୍ ମାଗାଜିନରେ ପ୍ରକାଶିତ ଏକ ଖବରକୁ ନେଇ ବର୍ତ୍ତମାନ ଓଡ଼ିଶାରେ ଚର୍ଚ୍ଚା ହେଉଛି । ଆଉ ତାହା ହେଲା ପୁଅକୁ ରୋଗ ହେବା କାରଣରୁ ମାଆର ପରକୀୟା ପ୍ରୀତି ବିଷୟରେ ଜଣାପଡିଛି। ଆଉ ସେ ମହିଳା ଜଣକ ଓଡ଼ିଶାର ବୋଲି ଜଣାପଡିଛି।

ଘଟଣାକ୍ରମ ଏହା ଯେ, ପୁଅର ଦେହ ଖରାପ ହେବା ପରେ ଜଣେ ଓଡିଆ ଦମ୍ପତି ଚିକିତ୍ସା ତାଙ୍କ ପୁଅକୁ ଦିଲ୍ଲୀ ନେଇଥିଲେ । ସେଠାରେ ଏଚପିଏଲସି ପରୀକ୍ଷା ହେବା ପରେ ପୁଅ ବଂଶାନୁକ୍ରମିକ ରୋଗ ସିକଲ – ସେଲ – ଆନାମାଆ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା। ତେବେ ଏଠାରେ ଆମେ ସୂଚନା ଦେବାକୁ ଚାହିଁବୁ ଯେ ଉଭୟ ବାପା ଓ ମା’ ଏହି ରୋଗରେ ପୀଡ଼ିତ ଥିଲେ, ପିଲାଙ୍କୁ ବି ଏହି ରୋଗ ହୋଇଥାଏ । ତେଣୁ ଏହି ଆଧାରରେ ସେହି ପିଲା ନିକଟରେ ରୋଗ ଚିହ୍ନଟ ପରେ ତାଙ୍କ ବାପା ମାଆଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ଜଣାପଡ଼ିଲା ଯେ, ଯୁବକଙ୍କ ମା’ଙ୍କ ନିକଟରେ ଏହି ରୋଗର ଲକ୍ଷଣ ଥିବା ବେଳେ ବାପାଙ୍କ ନିକଟରେ ଏହି ଲକ୍ଷଣ ନାହିଁ ।

ତେବେ ବାପାଙ୍କ ପାଖରେ ଏପରି ରୋଗ ନଥିଲାବେଳେ ପୁଅ କିପରି ଏହି ରୋଗରେ ପିଡ଼ିତ ହେଲା । ଯାହାକୁ ନେଇ ଏବେ ବର୍ତ୍ତମାନ ପରିବାର ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡିଥିଲେ। ପତି -ପତ୍ନୀଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଥିଲା । ହେଲେ, ଶେଷରେ ଯାହା ସାମନାକୁ ଆସିଥିଲା, ତାହା ଚମକାଇ ଦେଇଛି । କାରଣ ସମ୍ପୃକ୍ତ ମହିଳାଙ୍କର ପଡ଼ୋଶୀ ଘରର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଆଉ ସେ ଏହି ପୁଅର ବାପା ବୋଲି ଡିଏଏନ୍ ଟେଷ୍ଟରୁ ଜଣାପଡିଛି। ଆଉ ପୁଅର ମା ଓ ପଡୋଶୀ ଘରର ବ୍ୟକ୍ତିଙ୍କ ପାଖରେ ଏହି ସିକଲ- ସେଲ- ଆନାମିଆ ରୋଗ ଚିହ୍ନଟ ହୋଇଛି। ଯାହାକି ପୁଅ ପାଖରେ ଦେଖାଦେଇଛି । ସତ ସାମନାକୁ ଆସିବା ପରେ ପରିବାର ଭିତରେ ଉଠିଛି ଅଶାନ୍ତିର ଝଡ । ଆଉ ଏବେ ସେହି ପୁଅକୁ ଗ୍ରହଣ ନ କରିବା ପାଇଁ ମହିଳାଙ୍କ ସ୍ୱାମୀ ମନା କରିଦେଇଛନ୍ତି। ଏହା ସହ ସେ ଏହି ଚରିତ୍ରହୀନ ମହିଳାଙ୍କୁ ନିଜ ପାଖରେ ନ ରଖିବା ପାଇଁ ସ୍ଥିର କରିଛନ୍ତି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *