ଟିକେଟ ନଥାଇ ମଧ୍ୟ ଆପଣ କରି ପାରିବେ ରେଳରେ ଯାତ୍ରା ; ଜାଣନ୍ତୁ କିପରି

ସଂସ୍କାର : ରେଳରେ ଯାତ୍ରା କରୁଥିବା କିମ୍ବା କରିବାକୁ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଖୁସି ଖବର। ଖାସ୍ କରି ନିତିଦିନିଆ ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଆହୁରି ମଧ୍ୟ ଯଦି ଜରୁରୀକାଳୀନ ପରିସ୍ଥିତିରେ ଆପଣ କେଉଁଠିକୁ ଯାତ୍ରା କରିବାକୁ ଥିବ ତେବେ ସେଥିପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି।

ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଜରୁରୀକାଳୀନ ଯାତ୍ରା କରିବାର ଅଛି ଓ ଆପଣଙ୍କ ପାଖରେ ଟିକେଟ ନାହିଁ ତେବେ ବ୍ୟସ୍ତ ହେବାର କିଛି ଆବଶ୍ୟକତା ନାହିଁ । କାହିଁକି ନା ଆପଣ ବର୍ତ୍ତମାନ୍ ବିନା ରିଜର୍ଭ ଭେସନ୍ ସିଟରେ ଯାତ୍ରା କରିପାରିବେ। ପୂର୍ବରୁ କେବଳ ତତ୍କାଳ ଟିକେଟ ହିଁ ବିକଳ୍ପ ଥିଲା । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ରେଳବାଇର ଏହି ନିୟମକୁ ଜାଣିବାକୁ ହେବ ଯାହା ଦ୍ଵାରା ଆପଣ ବିନା ରିଜର୍ଭ ଭେଶନ୍ ଟିକଟରେ ଯାତ୍ରା କରି ପାରିବେ ।

ଭାରତୀୟ ରେଳବାଇର ନୂଆ ନିୟମ ଅନୁଯାୟୀ, ଯଦି ଆପଣ ରିଜର୍ଭ ଭେଶନ କରାଇ ନାହାନ୍ତି ଓ ଆପଣଙ୍କୁ ହଠାତ କୌଣସି ସ୍ଥାନକୁ ଯାତ୍ରା କରିବାର ଅଛି ତେବେ ଆପଣ ପ୍ଲାଟଫର୍ମ ଟିକେଟ ନେଇ ଯାଇ ପାରିବେ । ଆପଣ ଟ୍ରେନ ରେ ଚଢ଼ିବା ପରେ ଟିକେଟ କଲେକ୍ଟରଙ୍କ ନିକଟକୁ ଯାଇ ଟିକେଟ ମଧ୍ୟ କରି ପାରିବେ । ଏହି ନିୟମ ଭାରତୀୟ ରେଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ନେଇ TTE ଙ୍କ ନିକଟକୁ ଯିବାକୁ ପଡିବ । TTE ଆପଣଙ୍କ ଗନ୍ତବ୍ୟ ସ୍ଥଳୀ ପର୍ଯ୍ୟନ୍ତ ଟିକେଟ କରିବେ । ଯଦି ଟ୍ରେନରେ ସିଟ ଖାଲି ନଥିବ ତେବେ TTE ଆପଣଙ୍କୁ ସିଟ୍ ଦେଇ ପାରିବେ ନାହିଁ , କିନ୍ତୁ ଯାତ୍ରା କରିବାରୁ ଅଟକାଇ ପାରିବେ ନାହିଁ ।

ନଚେତ୍ ଯଦି ଆପଣଙ୍କ ନିକଟରେ ରିଜର୍ଭ ଭେସନ ନାହିଁ ତେବେ ଆପଣ ୨୫୦ ଟଙ୍କା ପେନାଲ୍ଟି ଦେଇ ଆପଣଙ୍କ ଯାତ୍ରାର ସମ୍ପୂର୍ଣ୍ଣ ପଇସା ଦେଇ ଯାତ୍ରା କରି ପାରିବେ । ଯଦି ଆପଣ ଟ୍ରେନ କୌଣସି କାରଣ ବଶତ ଛାଡ଼ି ଦେଲେ ତେବେ TTE ଆଗକୁ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଆପଣଙ୍କ ସିଟ କାହାକୁ ଦେଇ ପାରିବ ନାହିଁ । ଏହାର ଅର୍ଥ ଆସନ୍ତା ଦୁଇଟି ଷ୍ଟେସନ ପୂର୍ବୁରୁ ଆପଣ ପହଞ୍ଚି ନିଜର ଯାତ୍ରା ପୁରା କରି ପାରିବେ । କିନ୍ତୁ ଧ୍ୟାନରେ ରଖିବେ ଯେ ଦୁଇଟି ଷ୍ଟେସନ ପରେ TTE RAC ବ୍ୟକ୍ତିଙ୍କୁ ଆପଣଙ୍କ ସିଟ୍ ଦେଇଦେବେ।

Leave a Reply

Your email address will not be published. Required fields are marked *