ଟିକ୍‌ଟକ୍‌ ଭିଡ଼ିଓ ହେଲା କାଳ : ଏହି କାରଣରୁ ଯୁବକ ହେଲେ ଗିରଫ, ପଢନ୍ତୁ ପୁରା ରିପୋର୍ଟ

ଆଜିର ଯୁବପିଢି ପାଇଁ ଫ୍ୟାସନ କେବଳ ମୋବାଇଲ ଫୋନ ନୁହେଁ, ବରଂ ସୋସିଆଲ ମିଡ଼ିଆ ସାଙ୍ଗରେ ୨୪ ଘଣ୍ଟା ଧରି ଜଡ଼ିତ ରହିବା । ଆଉ ଏସବୁ ଭିତରେ କ୍ରେଜ ହେଲା ଟିକ୍‌ଟକ୍‌ ଭିଡ଼ିଓ ବନେଇ ନୂଆ ନୂଆ ସାଙ୍ଗ ବନେଇବା, ପ୍ରଶଂସା ଗୋଟେଇବା । ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକ ଏମିତି ଏକ ଟିକ୍‌ଟକ୍‌ ଭିଡ଼ିଓ କରି ଫଶି ଯାଇଛନ୍ତି । ଏସିଡ୍‌ ପକାଇ ମାରିଦେବାର ଧମକ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ପୁରା ମାମଲାଟି ହେଉଛି ଏହିପରି । ନୀଳଗିରି ଆମ୍ବୁଡିହା ଅଞ୍ଚଳର କ୍ୟାପଟେନ ରାଜପୁତ୍‌ (ଅର୍ଦ୍ଧେନ୍ଦୁ) ଟିକ୍‌ଟକ୍‌ ଭିଡ଼ିଓ କରନ୍ତି । ସେଇଠି ତାଙ୍କର ଦେଖା ହୁଏ କଟକ ଦରଘାସାହି ସୂତାହାଟ ଅଞ୍ଚଳର ଆରତି ସାହୁଙ୍କ ସହିତ । ପରେ ଆରତୀଙ୍କ ସହିତ ମିଶି ଅର୍ଦ୍ଧେନ୍ଦୁ ଟିକ୍‌ଟକ୍‌ ଭିଡ଼ିଓ ତିଆରି କରିବା ଅବ୍ୟାହତ ରଖିଥିଲେ ।

ଆରତିଙ୍କ ଅଭିଯୋଗ ଅନୁଯାୟୀ କିନ୍ତୁ ଅର୍ଦ୍ଧେନ୍ଦୁ କୌଶଳ କରି ତାଙ୍କ ମୋବାଇଲ ନମ୍ବର ନେଇଯାଇଥିଲେ । ବିରୋଧ କରିବା ସତ୍ତ୍ୱେ ବି ତାଙ୍କୁ ଅଶ୍ଳୀଳ ଭାଷା ଲେଖିଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ଏସିଡ୍‌ ପକାଇ ମାରିଦେବାର ଧମକ ବି ଦେଇଥିଲେ । ତେଣୁ କଟକ ଦରଘାବଜାର ଥାନାରେ ଆରତି ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ଫଳରେ ଧାରା ୨୯୪, ୫୦୭, ୩୪, ୬୭, ୬୭ (ଏ)ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହେଲା । ଅଭିଯୁକ୍ତକୁ ନୀଳଗିରି ପୋଲିସ ଗିରଫ କରି ଦରଘାବଜାର ପୋଲିସକୁ ହସ୍ତାନ୍ତର ବି କରିଛି ।

Leave a Reply

Your email address will not be published. Required fields are marked *