ସଂସ୍କାର : ଓଢଣୀକୁ ନେଇ ହତ୍ୟା!। ମାଆର ଜିଦ୍ ଆଗରେ ବାପାର ମର୍ମନ୍ତୁକ କାଣ୍ଡ। ନିଜର ୩ ବର୍ଷର ଝିଅକୁ କଚାଡି ମାରିଦେଲା ବାପା। ଏଭଳି ଏକ ଛାତି ଥରାଇ ଦେବା ଘଟଣା ଆସିଛି ରାଜସ୍ଥାନ ରାଜ୍ୟରୁ। ରାଜସ୍ଥାନରେ ଜଣେ କ୍ରୋଧୀ ବ୍ୟକ୍ତି ନିଜର ସ୍ତ୍ରୀ ଓଢଣୀ ନ କାଢ଼ିବାରୁ ତାର ୩ ବର୍ଷର ନିରୀହ ଝିଅକୁ ହତ୍ୟା କରିଦେଇଛି। ସେ ପୁରୁଷ ଜଣଙ୍କ ନିଜର ନିରୀହ ଝିଅକୁ ତା ମାଆ କୋଳରୁ ଟାଣି ନେଇ ଚଟାଣରେ ଛେଚି ଛେଚି ହତ୍ୟା କରିଦେଇଛି।

ତେବେ ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଖୋଜା ଚାଲିଛି। କାରଣ ଅଭିଯୁକ୍ତ ସ୍ୱାମୀ ଜଣକ ବର୍ତ୍ତମାନ ନିଖୋଜ ଅଛନ୍ତି। ତେବେ ଏହି ପୂରା ଘଟଣା ଅଲୱାର ଜିଲ୍ଲାର ବେହେରା ପୋଲିସ ଷ୍ଟେସନର ଅଟେ। ଘଟଣାକ୍ରମ ଏହା ଯେ, ବେହେରା ରୋଡ଼ ପୋଲିସ ଷ୍ଟେସନ ଅଧୀନରେ ଥିବା ଗଡୋଜ ଗ୍ରାମରେ ରହୁଥିବା ପ୍ରଦୀପ ଯାଦବ ତାଙ୍କ ପତ୍ନୀ ମୋନିକାଙ୍କ ଶାଢ଼ୀର ଓଢଣୀ ହଟାଇବାକୁ କହିଥିଲେ। କିନ୍ତୁ ମୋନିକା ଓଢଣୀ ହଟାଇନଥିଲେ, ଏହି କାରଣରୁ ପ୍ରଦୀପ ରାଗି ଯାଇ ନିଜର ୩ ବର୍ଷୀୟ ଶିଶୁକୁ ମୋନିକାଙ୍କ କୋଳରୁ ଆଣି ତଳେ ଛେଚି ଛେଚି ହତ୍ୟା କରିଦେଲେ।
ତେବେ ଝିଅର ମର ଶରୀରର ଶେଷ ରୀତିନୀତି କରିବା ପରେ ପ୍ରଦୀପ ଘଟଣାସ୍ଥଳରୁ ଫେରାର୍ ଅଛନ୍ତି। ଅଭିଯୁକ୍ତ ପ୍ରଦିପ ଯାଦବଙ୍କ ପତ୍ନୀ ମୋନିକା ଯାଦବ ହତ୍ୟା ଏବଂ ଝିଅର ହତ୍ୟା ପ୍ରମାଣ ନଷ୍ଟ କରିବା ଆଧାରରେ ଓ ଏହା ସହିତ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ଆଧରରେ ବେହେରା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଦୀପ ଯାଦବକୁ ଖୋଜିବା ଆରମ୍ଭ କରିଛି।