ପାକିସ୍ତାନ : କବରରୁ ଯୁବତୀଙ୍କ ମର ଶରୀରକୁ ବାହାର କରି କଲା ବଳାତ୍କାର ; ପୋଲିସର ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ

ସଂସ୍କାର : ଆମ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି ଏକ ଲଜ୍ୟାଜନକ ଘଟଣା। ପାକିସ୍ତାନରେ ଜଣେ ଘୃଣ୍ୟ ବ୍ୟକ୍ତି ଏପରି କିଛି କାମ କରିଛନ୍ତି ଯାହାକୁ ପଢିଲେ ଆପଣଙ୍କ ହୃଦୟ ବି କମ୍ପି ଉଠିବ। ଗତ ଅଗଷ୍ଟ ୧୩ ତାରିଖରେ ପାକିସ୍ତାନର ସିନ୍ଧରେ, ଯେତେବେଳେ ଜଶନ-ଏ-ଆଜାଦି ପାଳନ କରାଯାଉଥିଲା ସେହି ଦିନ ଜଣେ ଘୃଣ୍ୟ ବ୍ୟକ୍ତି ସିନ୍ଧ ପ୍ରଦେଶର ଥାଟା ଜିଲ୍ଲାର ଆସ୍ରାଫ ଚାନ୍ଦିଓ ଗାଁରେ ପୋତି ହୋଇଥିବା ବା କବରରେ ଥିବା ୧୪ ବର୍ଷର ବାଳିକାଙ୍କ ମୃତଦେହକୁ ବାହାର କରି ବଳାତ୍କାର କରିଥିଲା। ନିଜର ଯୌନ ଭୋକକୁ ମେଣ୍ଟାଇବା ପାଇଁ ସେ ଏହି ଲଜ୍ୟାଜନକ କାଣ୍ଡ ଭିଆଇଥିଲା।

କୁହାଯାଉଛି ଯେ ଜ୍ୱର ହେତୁ ଆମ୍ନା ଚାଣ୍ଡିଓ ନାମକ ଜଣେ ୧୪ ବର୍ଷର ଝିଅ ଗତ ଅଗଷ୍ଟ ୧୨ ତାରିଖ ଦିନ ମୃତ୍ୟୁବରଣ କରିଥିଲା। ଝିଅଟିକୁ ସମସ୍ତ ରୀତିନୀତି ସହିତ ନିକଟସ୍ଥ କବରସ୍ଥାନ ଗୁଲାମୁଲ୍ଲାରେ ସମାଧି ଦିଆଯାଇଥିଲା। କିନ୍ତୁ ତାପର ଦିନ ରାତିରେ ସେହି ଅଞ୍ଚଳର ଜଣେ ଘୁନ୍ୟ ବ୍ୟକ୍ତି ପ୍ରଥମେ ଝିଅର ମୃତଦେହକୁ କବର ଭିତରୁ ବାହାର କରି ଅଧ କିଲୋମିଟର ଦୂରକୁ ନେଇ ଏକ ବୁଦା ଭିତରେ ବଳାତ୍କାର କରିଥିଲା ଏବଂ ପରେ ଶବକୁ ବୁଦା ଭିତରେ ଛାଡି ପଳାଇ ଯାଇଥିଲେ। ତେବେ ଏହି କାଣ୍ଡ ଭିଆଇଥିବା ବ୍ୟକ୍ତିର ନାମ ହେଉଛି ରଫିକ୍ ଚାନ୍ଦିଓ ଯିଏକି ସେହି ଅଞ୍ଚଳର ଏକ ଗୁଣ୍ଡା।

ତେବେ ସକାଳୁ ଅନେକ ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଝିଅର ଘରଲୋକ ଘଟଣାସ୍ଥଳକୁ ଆସିବା ପରେ, ପୋଲିସ ତୁରନ୍ତ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲା, ଯେଉଁଠାରେ ଡାକ୍ତର ବଳାତ୍କାର ହୋଇଛି ବୋଲି ସୁନିଶ୍ଚିତ କରିଥିଲେ।

ତେବେ ପୋଲିସ ଅଭିଯୁକ୍ତ ରଫିକ୍ ଚାନ୍ଦିଓକୁ ଖୋଜି ଖୋଜି ଏନକାଉଣ୍ଟର କରିଦେଲା। ଏହି ଘଟଣାର ସୂଚନା ପ୍ରଦାନ କରିବାକୁ ଯାଇ ଥାଟାର ଏସଏସପି କହିଛନ୍ତି ଯେ ଅଭିଯୁକ୍ତ ରଫିକ୍ ଚାନ୍ଦିଓ ଜଣେ ପେସାଦାର ଅପରାଧୀ ଥିଲା। ସେ ପ୍ରାୟ ୧୦ ବର୍ଷ ଧରି ଏହି ଅଞ୍ଚଳରେ ଡକାୟତି, ରେପ୍ ଓ ଲୁଟପାଟ କରୁଥିଲା। ସେ ଅନେକ ଅପରାଧରେ ଜଡିତ ଥିଲା। ତେବେ ଆଜି ସେ ଏପରି ଘୃଣ୍ୟ ଅପରାଧ କରିଛି ଯାହା ଲୋକମାନେ କଳ୍ପନା ମଧ୍ୟ କରିନଥିଲେ।

Leave a Reply

Your email address will not be published. Required fields are marked *